The Ultimate Managed Hosting Platform
ADVERTISEMENT

ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଭାବେ ଦାୟିତ୍ୱ ନେଲେ ରୋହିତ

Facebook
Twitter
LinkedIn

ସମ୍ବଲପୁର : ବଦଳିଲେ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି। ତାଙ୍କୁ ଦଳ ପୁଣି ଥରେ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଭାବରେ ରୋହିତ ପୂଜାରିଙ୍କୁ ନିଯୁକ୍ତି ଦେବା ପରେ ଚର୍ଚ୍ଚା ଜୋର ଧରିଛି । ରୋହିତଙ୍କ ଆଗରେ କଣ ରହିବ ଚ୍ୟାଲେଞ୍ଜ ? ଚର୍ଚ୍ଚା ହେଉଛି ଆଗାମୀ ସାଧାରଣ ନିର୍ବାଚନରେ ସମ୍ବଲପୁର ଫୋକସରେ ରହିବ। କାରଣ ୨୦୨୪ରେ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି।
ଅନ୍ୟପଟେ ସମ୍ବଲପୁରରୁ ଲଢ଼ି ଆସୁଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ୨୦୧୯ ନିର୍ବାଚନରେ ସମ୍ବଲପୁର ଲୋକସଭା ଓ ବିଧାନସଭା ବିଜେପି ହାତେଇଥିଲା । ତେଣୁ ଏଥର ବି ସମ୍ବଲପୁର ବିଗ ଫାଇଟ ଦେଖିବାର ସମ୍ଭାବନା ରହିଛି । ଏବେ ରୋହିତ ପୂଜାରୀ ରେଢ଼ାଖୋଲରୁ ବିଧାୟକ ଅଛନ୍ତି । ତେଣୁ ସମ୍ବଲପୁର ଜିଲ୍ଲାର ବିଜେଡି ସଂଗଠନ ଆହୁରି ମଜଭୁତ କରିବା ଲକ୍ଷ୍ୟରେ ଦଳ ତାଙ୍କୁ ଗୁରୁ ଦାୟିତ୍ୱ ଦେଇଛି ବୋଲି କୁହାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login