ସମ୍ବଲପୁର : ସମ୍ବଲପୁରରେ କୋହଳ ହେଲା ବ୍ରଡ ବ୍ୟାଣ୍ଡ ଓ ଲିଜ୍ ଲାଇନ୍ ସେବା । ଆଜି ଦିନ ୧୦ ରୁ ୨୪ ଘଣ୍ଟିଆ ହେଲା ବ୍ରଡ ବ୍ୟାଣ୍ଡ ଓ ଲିଜ୍ ଲାଇନ ସେବା । ପୂର୍ବରୁ ଦିନ ୧୦ରୁ ସନ୍ଧ୍ୟା ୫ ଯାଏଁ କାମ କରୁଥିଲା ବ୍ରଡ ବ୍ୟାଣ୍ଡ , ଲିଜ୍ ଲାଇନ ।
ଅନ୍ୟପଟେ ସମ୍ବଲପୁରରେ ଧୀରେ ଧୀରେ ଫେରୁଛି ସ୍ୱାଭାବିକ ସ୍ଥିତି । ପୁଣି ବଢ଼ିଲା କର୍ଫ୍ୟୁ କୋହଳ ଅବଧି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ କୋହଳ ଅବଧି ବୃଦ୍ଧି ହୋଇଛି । ପୂର୍ବରୁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ କୋହଳ କରାଯାଇଥିଲା । ଏବେ ଆଉ ଘଣ୍ଟାଏ ଅବଧି ବୃଦ୍ଧି କରାଗଲା । ସଭା ସମିତି କିମ୍ବା ଏକାଠି ହୋଇପାରିବେ ନାହିଁ । ଅତ୍ୟାବଶ୍ୟକ ସାମଗ୍ରୀ କିଣାବିକା ପାଇଁ ବଢ଼ିଲା କୋହଳ ଅବଧି ।
Views: 105











