ସମ୍ବଲପୁର : ମିଛ ଖବର ଓ ଗୁଜବକୁ ନେଇ ଆଇନଶୃଙ୍ଖଳା ସ୍ଥିତି ବିଗିଡିବା ଆଶଙ୍କା ଥିବାରୁ ପୂରା ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ଅବଧିକୁ ଆଉ ୪୮ ବୃଦ୍ଧି କରାଯାଇଛି । ଏନେଇ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଦେବ ରଞ୍ଜନ ସିଂ ନିର୍ଦ୍ଦେଶନାମା ଜାରି କରିଛନ୍ତି । ୧୭ ତାରିଖ ସକାଳ ୧୦ଟା ଯାଏ ସମ୍ବଲପୁର ଜିଲ୍ଲାରେ ବନ୍ଦ ରହିବ ଇଣ୍ଟରନେଟ୍ ସେବା । ହ୍ଵାଟ୍ସଆପ୍, ଟୁଇଟର୍, ଫେସବୁକ, ଇନଷ୍ଟାଗ୍ରାମ୍ ବନ୍ଦ । ସମସ୍ତ ମୋବାଇଲ୍ ସେବା ପ୍ରଦାନକାରୀଙ୍କ ଇଣ୍ଟରନେଟ୍ ଓ ଡାଟା ସର୍ଭିସ ବନ୍ଦ ରହିବ । ବ୍ରଡବ୍ୟାଣ୍ଡ ଡାଏଲ ଅପ୍ ସିଷ୍ଟମ ବନ୍ଦ ରହିଛି । ସମ୍ବଲପୁର ଜିଲ୍ଲାପାଳଙ୍କ ସୁପାରିଶ ପରେ ଇଣ୍ଟରନେଟ୍ ସେବା ବନ୍ଦ ଅବଧିକୁ ବଢ଼ାଇଛି ରାଜ୍ୟ ଗୃହ ବିଭାଗ ।୧୩ ତାରିଖରେ ସମ୍ବଲପୁରରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଥିଲା। ପରିସ୍ଥିତି ଧୀରେ ଧୀରେ ଅଣାୟତ୍ତ ହେଉଥିବାରୁ ପୁଣି ଇଣ୍ଟରନେଟ ସେବା ଅବଧିକୁ ବୃଦ୍ଧି କରାଯାଇଛି।
ଗତ ୧୨ ତାରିଖ ରାତିରେ ହନୁମାନ ଜୟନ୍ତୀ ପାଇଁ ବାଇକ ରାଲି ଶୋଭାଯାତ୍ରା ବେଳେ ସମ୍ବଲପୁର ସହରରେ ଦୁଇଗୋଷ୍ଠୀ ଭିତରେ ଗଣ୍ଡଗୋଳ ହୋଇଥିଲା। ପୋଲିସ୍ ଏହାକୁ ଅଟକାଇବାକୁ ଚେଷ୍ଟା କରିବାରୁ ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥର ମାଡ଼ କରିଥିଲେ। ଏଥିରେ ଅତିରିକ୍ତ ଏସ୍ପି ଓ ଧନୁପାଲି ଆଇଆଇସିଙ୍କ ସମେତ ୧୦ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ ଏହି ଘଟଣାପରଠୁ ସମ୍ବଲପୁରରେ ଉତ୍ତେଜନା ଲାଗିରହିଛି। ପରିସ୍ଥିତି ଧୀରେ ଧୀରେ ଅଣାୟତ୍ତ ହେବାରେ ଲାଗିଛି। ସହରରେ ବହୁ ପୋଲିସ୍ ଫୋର୍ସ ମୁତୟନ ସତ୍ତ୍ୱେ ଗତ ୨ ଦିନ ହେବ ସହରର ବହୁ ଦୋକାନ ବଜାର ପୋଡ଼ା ଜଳା ଘଟଣା ସାମନାକୁ ଆସିଛି।
ସମ୍ବଲପୁରରେ ଆଉ ୨ ଦିନ ଇଣ୍ଟରନେଟ୍ ସେବା ବନ୍ଦ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...