ଆଜି ଟାଟା ଗ୍ରୁଫକୁ ହସ୍ତାନ୍ତର ହୋଇପାରେ ଏୟାର ଇଣ୍ଡିଆ । ଏଥିପାଇଁ ସମସ୍ତ ଔପଚାରିକତା ଶେଷ ହୋଇଥିବା ଜଣାପଡ଼ିଛି । ଏବେ କେବଳ ଘୋଷଣାକୁ ଅପେକ୍ଷା ରହିଛି । ଗତବର୍ଷ ଅକ୍ଟୋବର ମାସରେ ୧୮ ହଜାର କୋଟି ଟଙ୍କାର ଡିଲ୍ ହୋଇଥିଲା ।

ଏହା ପରେ ଅକ୍ଟୋବର ୨୧ ତରିଖରେ ବୁଝାମଣାରେ ହସ୍ତାକ୍ଷର କରିଥିଲେ କେନ୍ଦ୍ର ସରକାର । ଟାଟା ଗ୍ରୁଫକୁ ଏୟାର ଇଣ୍ଡିଆର ମାଲିକାନା ସତ୍ୱ ମିଳିବା ପରେ ନୂଆ ମାଲିକଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ସେହି ନାଁ ଓ ଲୋଗ ରଖିବାକୁ ପଡ଼ିବ । ଏୟାର ଇଣ୍ଡିଆର ମାଲିକାନା ମିଳିବା ପରେ ଟାଟା ସନସ ପାଖରେ ଏୟାରଲାଇନ୍ସ ସଂଖ୍ୟା ୩କୁ ବୃଦ୍ଧି ପାଇବ ।
ପୂର୍ବରୁ ଏହି ଗ୍ରୁଫ ପାଖରେ ଭିସ୍ତାରା ଓ ଏୟାର ଏସିଆର ଅଂଶଧନ ରହିଛି । ସରକାରଙ୍କ ସୂଚନା ଅନୁସାରେ ୩୧ ଅଗଷ୍ଟ ୨୦୨୧ ସୁଦ୍ଧା ଏୟାର ଇଣ୍ଡିଆ ଉପରେ ମୋଟ୍ ଋଣ ୬୧ ହଜାର ୫୬୨ କୋଟି ଟଙ୍କା ରହିଥିଲା ।
Views: 260