The Ultimate Managed Hosting Platform
ADVERTISEMENT

ସମୂହ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ

Facebook
Twitter
LinkedIn

ଭୁବନେଶ୍ୱର : ଆଜିଠୁ ସମୂହ ଛୁଟିରେ ରହିବେ ପ୍ରାଥମିକ ଶିକ୍ଷକ । ୧ ଲକ୍ଷ ୩୦ ହଜାର ଶିକ୍ଷକ, ଶିକ୍ଷୟତ୍ରୀ ସମୂହ ଛୁଟିରେ ଯିବେ । ଜିଲ୍ଲା ଓ ବ୍ଲକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ । ୩ ଦଫା ଦାବି ପୂରଣ ନେଇ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି । କେନ୍ଦ୍ରୀୟ ହାରରେ ଦରମା ଲାଗୁ ସମେତ ୩ ଦଫା ଦାବି ନେଇ ଆନେ୍ଦାଳନ ।
ଗତ ଶୁକ୍ରବାରଠାରୁ ଗ୍ରେଡ୍ ପେ ବୃଦ୍ଧି, ପୁରୁଣା ପେନ୍ସନ ବ୍ୟବସ୍ଥା ଲାଗୁ ଓ ଠିକା ନିଯୁକ୍ତି ପ୍ରକ୍ରିୟା ଉଚ୍ଛେଦ ଦାବିରେ କାର୍ୟ୍ୟବନ୍ଦ ଆନ୍ଦୋଳନ ଚଳାଇଛି ପ୍ରାଥମିକ ଶିକ୍ଷକ ମିଳିତ ମଞ୍ଚ । ଆନ୍ଦୋଳନ ପାଇଁ ସ୍କୁଲରେ ତାଲା ପଡ଼ିବା ପରେ ସରକାର ଗତକାଲି ଶିକ୍ଷକ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ଦାବି ସମ୍ପର୍କରେ ୫ ଜଣିଆ ସବ୍ କମିଟି ବି ଗଠନ କରିଛନ୍ତି। କିନ୍ତୁ ଆଲୋଚନା ଏକ ପ୍ରକାର ବିଫଳ ହେବା ପରେ ଷ୍ଟିୟରିଂ କମିଟି ବୈଠକରେ ନିଷ୍ପତ୍ତି ହୋଇଛି ଯେ ଆନ୍ଦୋଳନ ଜାରି ରହିବ। ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ । ଏହା ଦ୍ୱାରା ୪୦ ଲକ୍ଷ ପିଲାଙ୍କ ପାଠପଢା ପ୍ରଭାବିତ ହେବ । ପିଲାଙ୍କ ଯେଉଁ କ୍ଷତି ହେବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି କହିଛନ୍ତି ।
ସେପଟେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ସରକାର ଶିକ୍ଷକଙ୍କ ଦାବି ନେଇ ଅବଗତ ଅଛନ୍ତି। ସବୁ ଦିଗକୁ ଦେଖିବା ପରେ ନିଷ୍ପତ୍ତି ହେବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login