ବଲାଙ୍ଗିର :ସୁକତେଲ ପ୍ରକଳ୍ପ ଲୋକାର୍ପଣ ସମାରୋହରେ ଧୋଇଦେଲେ ନରସିଂହ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସଭାମଞ୍ଚରେ ନରସିଂହ ମିଶ୍ରଙ୍କ ଧୂଲେଇ । ଅଧା ପ୍ରକଳ୍ପକୁ ଲୋକାର୍ପଣ କରାଯାଉଛି ବୋଲି କହିଲେ ନରସିଂହ । ୨୦୦୧ରେ ମୁଖ୍ୟମନ୍ତ୍ରୀ ଶୁଭ ଦେବାକୁ ଆସିଥିଲେ , ଦୂରରୁ ନଡିଆ ପିଟିଲେ । ଲୋକଙ୍କ ବିରୋଧ ଯୋଗୁଁ ଏଠାକୁ ନ ଆସି ଦୂରରୁ ନଡିଆ ପିଟିଥିଲେ । ୨୩ ବର୍ଷ ହୋଇ ଗଲାଣି କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇ ପାରିଲାନି । ଆଜି ଅସମ୍ପୁର୍ଣ୍ଣ ପ୍ରକଳ୍ପକୁ ଉଦଘାଟନ କରାଯାଉଛି । ପ୍ରକଳ୍ପ ସମ୍ପୁର୍ଣ୍ଣ କରି ଉଦଘାଟନ କରିଥିଲେ ଭଲ ହୋଇଥାନ୍ତା । ଉଦଘାଟନ ମାନେ ସୁଇଚ ଚିପିଲେ ଖଳ ଖଳ ପାଣି ବାହାରିବା କଥା । ଆଜି ସୁଇଚ ଚିପିଲେ ଯଦି ପାଣି ନ ବାହାରେ ଲୋକେ କଳା ବୋଳିବେ । ୨୦୦୬ରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ ସବୁ ବ୍ଲକରେ ୩୫ ପ୍ରତିଶତ ଜଳସେଚନ । ୨୦୧୧ ସୁଦ୍ଧା ସବୁ ବ୍ଲକକୁ ଜଳସେଚନ କଥା କହିଥିଲେ ଆଜି ଯାଏ ହୋଇନି ।
Views: 97











