ଭୁବନେଶ୍ୱର : ସଚିବ ସ୍ତରୀୟ ବୈଠକ ଶେଷ । ୧୦ଟି ଦିଗ ଉପରେ ଫୋକସ କରିବାକୁ ନିଦେ୍ର୍ଦଶ । ସିଏମଙ୍କ ଅଫିସରୁ ଆସୁଥିବା ୟୁଆଇ ନୋଟର ତୁରନ୍ତ ଉତ୍ତର ସହ ପଦକ୍ଷେପ ନିଦେ୍ର୍ଦଶ । ନିର୍ଦ୍ଧାରିତ ସମୟରେ ଅଧିକାରୀ ମାନେ ଅଫିସ ଆସିବା ଉପରେ ଗୁରୁତ୍ୱ । ଭଲ ପ୍ରଦର୍ଶନ ନ ଥିବା ଅଧିକାରୀଙ୍କ ଉପରେ ନଜର ରଖିବାକୁ ନିଦେ୍ର୍ଦଶ । ସୁଧାର ଆଣିବାକୁ ସୁଯୋଗ ଦିଆଯିବ , ନ ହେଲେ ଭିଆରଏସ । ଜିଲ୍ଲା ସ୍ତରୀୟ ସବୁ ଅଫିସରେ ଲାଗିବ ଏଆଇ କ୍ୟାମେରା । ଲୋକଙ୍କୁ ସେବା ପ୍ରଦାନରେ ବିଳମ୍ବର ଅନୁଧ୍ୟାନ କରାଯିବ । ଅକ୍ଟୋବର ମାସରୁ ଆରମ୍ଭ ହେବ ସିଏମ ଡାସ ବୋର୍ଡ । କେନ୍ଦ୍ରୀୟ ସ୍କିମ ପ୍ରତିମାସ ୭ ତାରିଖରେ ଜିଲ୍ଲାପାଳ ସମୀକ୍ଷା କରିବେ । ୧୨ ତାରିଖରେ ଜଙ୍ଗଲ ଓ ପରିବେଶ ବିଭାଗ ଓ ରାଜସ୍ୱ ବିଭାଗ ସମୀକ୍ଷା କରିବେ । ସବୁ ବିଭାଗ ସେମାନଙ୍କ ବିଭାଗର ଖର୍ଚ୍ଚ ବୃଦ୍ଧି ଉପରେ ଗୁରୁତ୍ୱ ଦେବେ । ଅଫିସରଙ୍କୁ ଫିଲ୍ଡ ଭିଜିଟ ଉପରେ ଗୁରୁତ୍ୱ ଦେବାକୁ ନିଦେ୍ର୍ଦଶ । ଏନଫୋର୍ସମେଣ୍ଟ ଉପରେ ସରକାରଙ୍କ ଗୁରୁତ୍ୱ ।
Views: 163











