ନୂଆଦିଲ୍ଲୀ : ତାମିଲନାଡୁ ବିଧାନସଭାରେ ଏକ ଐତିହାସିକ ବିଲ ପାସ ହୋଇଛି । ଏହି ବିଲରେ ଜଣେ କର୍ମଚାରୀ ସପ୍ତାହରେ କେବଳ ୪ ଦିନ କାମ କରିବେ । ସପ୍ତାହରେ ଅନ୍ୟ ତିନି ଦିନ କର୍ମଚାରୀଙ୍କୁ ଛୁଟି ଦିଆଯିବ । ତେବେ ଏଥିରେ କିଛି ନିୟମ ସରକାରଙ୍କ ତରଫରୁ ଯୋଡାଯାଇଛି । ତେବେ ଏହି ନିୟମ କାରଣରୁ ଫ୍ୟାକ୍ଟ୍ରି ଏବଂ କମ୍ପାନୀ ମାଲିକଙ୍କ କୌଣସି କ୍ଷତି ହେବ ନାହିଁ । ତାମିଲନାଡୁରେ ଏହି ନୂଆ ନିୟମ ପାସ କରିବା ବେଳେ କୁହାଯାଇଛି ଯେ ନୂଆ ନିୟମ ଦ୍ୱାରା ମହିଳା କର୍ମଚାରୀ ସର୍ବାଧିକ ଲାଭ ପାଇବେ । ତେବେ ବିଲ ପାସ ସମୟରେ ବିରୋଧୀ ଦଳ ଏହାକୁ ବିରୋଧ କରିଥିଲେ । ବିରୋଧୀଙ୍କ କହିବା କଥା ଯେ ଏହା ହେବା ଦ୍ୱାରା ଫ୍ୟାକ୍ଟ୍ରି ତଥା କମ୍ପାନୀ ମାଲିକ ଶୋଷଣ କରିବେ । ନୂଆ ବିଲ ଅନୁସାରେ କର୍ମଚାରୀ ଦିନରେ ୧୨ ଘଣ୍ଟା କାମ କରିବେ ପୂରା ସପ୍ତାହରେ ଜଣେ କର୍ମଚାରୀ ୪୮ ଘଣ୍ଟା କାମ କରିବ । ନୂଆ ବିଲ ଅନୁସାରେ କର୍ମଚାରୀ ଦିନରେ ୧୨ ଘଣ୍ଟା କାମ କରିବେ ପୂରା ସପ୍ତାହରେ ଜଣେ କର୍ମଚାରୀ ୪୮ ଘଣ୍ଟା କାମ କରିବ ।
Views: 111











