କେନ୍ଦୁଝର : ଗତକାଲି ବୁଧବାର ରାତିରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ମାର୍କେଟ ସ୍ଥିତ ସନ୍ତୋଷି ମା ମନ୍ଦିରରେ ଥିବା ଦାନ ବାକ୍ସ ,ଠାକୁରଙ୍କ ରୁପା ମୁକୁଟ, ସୁନା ମୁକୁଟ , ଠାକୁରଙ୍କ ରୁପା ସୁନା ଆସବାବ ପତ୍ର ଚୋର ଚୋରି କରି ନେଇ ପଳାଇଯାଇଥିଲେ । ଆଜି ମନ୍ଦିର କମିଟି ପକ୍ଷରୁ ଏହି ଚୋରି ଅଭିଯୋଗ ବିଷୟରେ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହା ପରେ ନୂତନ ଭାବେ ନିୟୈ÷ଜିତ ହୋଇଥିବା ବଡ଼ବିଲ ଥାନା ଅଧିକାରୀ ଶ୍ରୀଯୁକ୍ତ ରମାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶରେ ବଡ଼ବିଲ ଥାନାର ସବ୍ ଇନ୍ସପେକ୍ଟର ଶ୍ରୀଯୁକ୍ତ ବୋରଦା ପ୍ରସନ ସାହୁ ତଦନ୍ତ କରି ଚୋରକୁ ଧରିବା ସହିତ ଚୋରି ହୋଇଥିବା ଠାକୁରଙ୍କ ଜିନିଷ ପତ୍ର ଟଙ୍କା ଜବତ କରିଥିଲେ । ଏହାର ଆନୁମାଲିକ ମୂଲ୍ୟ ଏକ ଲକ୍ଷ ୨୫ ହଜାର ଟଙ୍କା ହେବ ।ଚୋରି କରି ଥିବା ଅଭିଯୁକ୍ତ ବଡ଼ବିଲ ନ୍ୟୁଉ ମାର୍କେଟ ର ବାଲବିର ସିଂ ଓରଫ୍ ଗୋରା । ଚୋରି କରି ଥିବା ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ବୋଲି ବଡ଼ବିଲ ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ରମାକାନ୍ତ ମୁଦୁଲି ସୂଚନା ଦେଇଛନ୍ତି।
ସନ୍ତୋଷି ମା ମନ୍ଦିରରୁ ଲୁଟ, ଅଭିଯୁକ୍ତ ଗିରଫ

Facebook
Twitter
LinkedIn
Facebook
Twitter
LinkedIn
Recent News
ହରିୟାଣା ଡିଜିପିଙ୍କୁ ଛୁଟିରେ ପଠାଗଲା
ହରିୟାଣା : ଆଇପିଏସ ୱାଇ ପୁରନ କୁମାର ଆତ୍ମହତ୍ୟା ମାମଲା । ହରିୟାଣା ଡିଜିପିଙ୍କୁ ଛୁଟିରେ ପଠାଗଲା । ହରିୟାଣା ଡିଜିପି ଶତ୍ରୁଜିତ କପୁରଙ୍କୁ ଛୁଟିରୋ ପଠାଇଲେ...
ଚନ୍ଦକା ଥାନାରୁ ଅଭିଯୁକ୍ତ ଚମ୍ପଟ
ଭୁବନେଶ୍ୱର : ପୁଣି କମିଶନରେଟ ପୋଲିସର ଢିଲା ସୁରକ୍ଷା ପଦାରେ ପଡିଲା । କନଷ୍ଟେବଳଙ୍କୁ ଧକ୍କା ଦେଇ ମୋବାଇଲ ଚୋରି ଅଭିଯୁକ୍ତ ଥାନାରୁ ଚମ୍ପଟ । ଚନ୍ଦକା...
ଲାଲ ବାହିନୀର ବିସ୍ଫୋରଣ ଯୋଜନା ପଣ୍ଡ
ବିଜାପୁର : ଭୁଶୁଡୁଛି ଲାଲଗଡ । ମିଳିତ ଅପରେସନ ବେଳେ ଛତିଶଗଡ଼ ବିଜାପୁର ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ବଡ ଧରଣର ବିସ୍ପୋରଣ...
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...