ଭୁବନେଶ୍ୱର : ଭୁବନେଶ୍ୱର ସତ୍ୟବିହାର ସ୍ଥିତ ଏକ ବାରରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ , ପହଁଚିନାହିଁ ଅଗ୍ନିଶମ ବାହିନୀ । ପାଖରେ ଥିବା ଫର୍ଣ୍ଣିଚର ଦୋକାନକୁ ବ୍ୟାପିଲାଣି ନିଆଁ । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଣ୍ଟାଏ ହେଲା ନିଆଁ ଲାଗି ଜଳୁଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି । ଅଗ୍ନିକାଣ୍ଡ ଯୋଗୁ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛି । ନିଆଁକୁ ଆୟତ୍ତ କରିବାକୁ ଘଣ୍ଟାଏ ସମୟ ଲାଗିଥିବା ସୂଚନା । ନିଆଁ ଲିଭାରେ ଲାଗିଛି ୨ଟି ଦମକଳ ଗାଡି ।
Views: 48











