The Ultimate Managed Hosting Platform
ADVERTISEMENT

ସତ୍କାର କରୁ କରୁ ଶବ ପାଲଟିଗଲେ

Facebook
Twitter
LinkedIn

ଉମରକୋଟ: ଶବ ସତ୍କାର ଚାଲିଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । ଝରିଗାଁ ଶ୍ମଶାନରେ ଶବ ସକ୍ରାର ଚାଲିଥିବା ବେଳେ ଅଘଟଣ । ହଠାତ ତଳେ ପଡିଯିବା ପରେ ମେଡିକାଲରେ ମୃତ ଘୋଷଣା । ଯୁବକଙ୍କ ହଠାତ ଏପରି ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଛି । କାହିଁକି ଏପରି ସମସ୍ତଙ୍କୁ ଏକା କରି ଚାଲିଗଲେ ସେ । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ ଦାଣ୍ଡ । ଶବ ନେଇ ଯାଇଥିଲେ ସତ୍କାର ପାଇଁ କିନ୍ତୁ ତାଙ୍କ ସହ ଏପରି ହେବ କେହି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ ।ସୂଚନା ଅନୁସାରେ ଝରିଗାଁ ରେ ବାସ କରୁଥିବା ସ୍ୱର୍ଗତ କମଳ ଲୋଚନ ନାୟକଙ୍କ ପତ୍ନୀ ସୁଲୋଚନା ନାୟକଙ୍କ ବୟସ୍କ ଓ ପକ୍ଷପାତ କାରଣରୁ ଗତ ରାତିରେ ନବରଙ୍ଗପୁର ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ସୁଲୋଚନାଙ୍କ ଶବକୁ ଝରିଗାଁ ଅଣାଯାଇଥିଲା ଏବଂ ସକାଳ ୯ଟା ସମୟରେ ସୁଲୋଚନାଙ୍କ ଶବ ସତ୍କାର ପାଇଁ ସ୍ଥାନୀୟ ଶ୍ମଶାନକୁ ନିଆ ଯାଇଥିଲା । ସମସ୍ତଙ୍କ ଭଳି ସୁଲୋଚନାଙ୍କ ଜଣେ ସମ୍ପର୍କୀୟ ନାତି ରଇନୁ ନାୟକ ମଧ୍ୟ ଶବ ସତ୍କାର ପାଇଁ ଶ୍ମଶାନକୁ ଯାଇଥିଲେ । ସେଠାରେ ସେ ଶବ ସତ୍କାର କାମରେ ସାହାଯ୍ୟ ବି କରିଥିଲେ । ଖୁଣ୍ଟ ପୋତିବା ପାଇଁ ଗାତ ଖୋଲିବା ଠାରୁ ଆରମ୍ଭ କରି ଯୁଇରେ କାଠ ସଜାଡ଼ିବା ଯାଏଁ ସବୁ କାମ କରିଥିଲେ ରଇନୁ । କିନ୍ତୁ ଏସବୁ କାମ କରୁଥିବା ସମୟରେ ସେ ହାଲିଆ ହୋଇ ବସି ପଡ଼ିଥିଲେ । ପରେ ହଠାତ ସେ ସେଠାରେ ମୂର୍ଚ୍ଛା ହୋଇ ଯାଇଥିଲେ । ପରେ ତାଙ୍କୁ ୧୦୮ରେ ଝରିଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଶ୍ମଶାନରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା ବୋଲି ଡାକ୍ତର ସୂଚନା ଦେଇଛନ୍ତି । ରଇନୁଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login