ରାଜସ୍ଥାନ : ରାଜସ୍ଥାନ ନ୍ୟାସନାଲ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୫ଜଣ ଲୋକଙ୍କ ପ୍ରାଣ ଚାଲିଯାଇଥିବାବେଳେ ଅନେକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଟ୍ରକ୍ ଏବଂ ଜିପ୍ ଧକ୍କା ଯୋଗୁଁ ଦୌସା ମନୋହରପୁରରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି । ଏହି ଜିପରେ ଗୋଟିଏ ପରିବାରର ୧୪ରୁ ୧୫ ଜଣ ଥିବା ସୂଚନା ମିଳୁଛି । ଫଳରେ ଘଟଣାସ୍ଥଳରେ ଗୋଟିଏ ପରିବାରର ବର-କନ୍ୟାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହା ବ୍ୟତୀତ ଅନ୍ୟ ସଦସ୍ୟ ଗୁରୁତର ଭାବେ ଆହତ ହୋଇଥିଲେ । ଏପରି ଅଘଟଣ ଦୌସା-ମନୋହରପୁର ରାଜପଥରେ ଦେଖିବାକୁ ମିଳିଥିଲା । ଧକ୍କା ଏତେ ଜୋର ସେ ଥିଲା ଯେ ଜିପଟି ସମ୍ପୂର୍ଣ୍ଣ ଭାଙ୍ଗିଯିବା ସହ ଲୋକମାନେ ଗୁରୁତର ଭାବେ ଫସି ରହିଥିଲେ ।
Views: 17