ବ୍ୟୁରୋ : ଯଦି ଆପଣ ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାକୁ ଚାହାଁନ୍ତି, ତେବେ ସଜନା ଶାଗ ହେଉଛି ଏଥି ପାଇଁ ସର୍ବୋତ୍ତମ ବିକଳ୍ପ । ସଜନା ଶାଗ ଖାଇବା ଦ୍ୱାରା ବ୍ଲଡ ସୁଗାର ଲେବଲ କଣ୍ଟ୍ରୋଲରେ ରହିଥାଏ । ଏଥିରେ କ୍ଲୋରୋଜେନିକ ଏସିଡ୍ ଥିବାରୁ ବ୍ଲଡ ସୁଗାର ଲେବଲକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଆଣ୍ଟି-ଡାଇବେଟିସ ଗୁଣ ଥିବାରୁ ଏହା ଡାଇବେଟିସ ରୋଗୀଙ୍କ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ତେଣୁ ଏହି ଶାଗକୁ ଡାଇବେଟିସ ରୋଗୀମାନେ ନିଜ ଖାଇବା ଲିଷ୍ଟରେ ସାମିଲ କରିବା ନିହାତି ଆବଶ୍ୟକ । ସଜନା ଶାଗ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ମଧ୍ୟ ବହୁତ ପ୍ରଭାବଶାଳୀ ହୋଇଥାଏ । ଏଥିରେ ପୋଟାସିୟମ ପ୍ରଚୁର ପରିମାଣରେ ଥିବାରୁ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରି ରଖିଥାଏ । ଏପରି ପରିସ୍ଥିତିରେ, ଉଚ୍ଚ ରକ୍ତଚାପ ରୋଗୀମାନେ ଏହାକୁ ନିଜ ଖାଦ୍ୟରେ ସାମିଲ କରି ସହଜରେ ସେମାନଙ୍କର ରକ୍ତଚାପକୁ ନିୟନ୍ତ୍ରଣ କରିପାରିବେ । ଜନାର ଅନେକ ସ୍ୱାସ୍ଥ୍ୟ ଲାଭ ଅଛି । ଯାହାର ଫାଇଦା ଆପଣ ମଧ୍ୟ ଉଠାଇ ପାରିବେ । ଯାହା ଡାଇବେଟିସ, କ୍ୟାନସର ପେସେଣ୍ଟ, ହାର୍ଟ ପେସେଣ୍ଟ, ଚକ୍ଷୁ ରୋଗ ଏବଂ ଗଣ୍ଠି ରୋଗ ଭଳି ଅନେକ ଗମ୍ଭୀର ରୋଗ ପାଇଁ ବରଦାନ ସଦୃଶ ହୋଇଥାଏ । କେବଳ ଏହି ରୋଗରେ ପୀଡିତ ଥିବା ଲୋକ ନୁହେଁ ବରଂ ଏହାକୁ ସମସ୍ତେ ଖାଇବା ଉଚିତ୍ ।
ସଜନା ଶାଗରେ ରହିଛି ଅନେକ ଔଷଧୀୟ ଗୁଣ, ଡାଏବେଟିସ ଓ ବ୍ଲଡ ପ୍ରେସର ପାଇଁ ଉପଯୋଗୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











