The Ultimate Managed Hosting Platform
ADVERTISEMENT

ସଙ୍କଟରେ ୪୦୦ ଲୋକଙ୍କ ଜୀବନ , ମଝି ସମୁଦ୍ରରେ ଅଟକି ରହିଛି କ୍ୟାପଟେନ ବିହୀନ ଜାହାଜ

Facebook
Twitter
LinkedIn

ନୂଆଦିଲ୍ଲୀ : ୪୦୦ ଲୋକଙ୍କ ଜୀବନ ଉପରେ ସଙ୍କଟ । ମଝି ସମୁଦ୍ରରେ ଅଟକି ରହିଛି କ୍ୟାପଟେନ ବିହୀନ ଜାହାଜ । ଆଫ୍ରିକୀୟ ଦେଶରୁ ୟୁରୋପକୁ ସମୁଦ୍ର ପଥ ଦେଇ ଯାଉଥିବା ଡଙ୍ଗା ଓ ଜାହାଜ ବୁଡ଼ିଯିବା ଘଟଣା କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ଖବର ରହିଛି କି, ବର୍ତ୍ତମାନ ୪୦୦ ଲୋକଙ୍କୁ ନେଇ ଯାଉଥିବା ଏକ ଜାହାଜର ଇନ୍ଧନ ସରିଯିବାରୁ ତାହା ମଝି ସମୁଦ୍ରରେ ଅଟକି ରହିଛି। ଜାହାଜର କ୍ୟାପଟେନଙ୍କର କୌଣସି ଖୋଜ୍ ଖବର ନାହିଁ। ଜାହାଜଟି ମାଲ୍ଟା ଓ ଲିବିୟା ମଧ୍ୟରେ ରହିଯାଇଛି। ତେବେ ଏଥିରେ ଥିବା ଲୋକମାନେ ପ୍ରବାସୀ ବୋଲି କୁହାଯାଉଛି। ସେମାନଙ୍କୁ ସମୁଦ୍ରରେ ବୁଡ଼ିଯିବାର ଭୟ ଘାରିଛି। ଜର୍ମାନୀର ଏକ ଏନ୍ଜିଓ ‘ସି-ୱାଚ୍ ଇଣ୍ଟରନ୍ୟାସନାଲ’ ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଘଟଣା ବିଷୟରେ ସୂଚନା ଦେଇଛି। ଭୂମଧ୍ୟ ସାଗରରେ ସଙ୍କଟଗ୍ରସ୍ତ ଡଙ୍ଗା ଏବଂ ଜାହାଜ ଉପରେ ନଜର ରଖୁଥିବା ଏକ ସପୋର୍ଟ ସର୍ଭିସ୍ ‘ଅଲାର୍ମ ଫୋନ୍’ କହିଛି ଯେ ଲିବିୟାର ତୋବ୍ରୁକ୍ ଛାଡିଥିବା ଏକ ଜାହାଜରୁ ଗତକାଲି ରାତିରେ ସେମାନ ପାଖକୁ କଲ୍ ଆସିଥିଲା। ଜାହାଜରେ ଫସି ରହିଥିବା ଲୋକମାନେ ସେମାନଙ୍କୁ ବଞ୍ଚାଇବା ପାଇଁ ଅନୁରୋଧ କରିଥିଲେ। ଯଦିଓ ଏ ପର୍ୟ୍ୟନ୍ତ କୌଣସି ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇନାହିଁ। ‘ଅଲାର୍ମ ଫୋନ୍’ କହିବା ହେଲା, ସେମାନେ ଭୂମଧ୍ୟ ସାଗରରେ ଫସି ରହିଥିବା ଜାହାଜ ବିଷୟରେ ସମ୍ପୃକ୍ତ ଅଧିକାରୀଙ୍କୁ ସୂଚନା ଦେଇଛନ୍ତି। ଜାହାଜଟିର ଇନ୍ଧନ ସରିଯାଇଛି ଏବଂ ଏହାର ତଳ ଡେକ୍ ପାଣିରେ ପରିପୂର୍ଣ୍ଣ ରହିଛି। ଏପରି କି, କ୍ୟାପଟେନ ମଧ୍ୟ କେଉଁଠି ଗାଏବ ଅଛନ୍ତି, ଯାହାଫଳରେ ବର୍ତ୍ତମାନ ଉକ୍ତ ଜାହାଜକୁ ପରିଚାଳନା କରିବାକୁ କେହି ନାହାନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login