ଚାନ୍ଦବାଲି : ନାଇଟ ପାଟ୍ରାଲେିଂ ବେଳେ ଅଘଟଣ । ଷ୍ଟପ ବୋର୍ଡ ଭାଙ୍ଗି ପୋଲିସ ଆଡକୁ ମାଡି ଆସିଲା ଗୋରୁ ବୋଝେଇ ପିକଅପ । ଅଳ୍ପକେ ବର୍ତ୍ତିଲେ ଏଏସଆଇ । ଭଦ୍ରକ ଜିଲ୍ଲା ତିହିଡି ଥାନା ସମ୍ମୁଖରେ ଘଟିଛି ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ ଗାଡି ଚାନ୍ଦବାଲିରୁ ବାହାରି ଭଦ୍ରକ ଦେଇ ଯାଉଥିବା ନେଇ ଖବର ପାଇଥିଲେ ତିହିଡି ଥାନା ଆଇଆଇସି । ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଆଇଆଇସିଙ୍କ ସମେତ ଏଏସଆଇ କମଳାକାନ୍ତ ଶତପଥୀ,ଲକ୍ଷ୍ମଣ ମାରାଣ୍ଡି, ହାବିଲଦାର ବିଦ୍ୟାଧର ସୁତାର, କନେଷ୍ଟବଳ ହରେକୃଷ୍ଣ ଦୀକ୍ଷିତ ଓ ଅନ୍ୟ କର୍ମଚାରୀ ଥାନା ସମ୍ମୁଖରେ ଗାଡି ଅଟକାଇବାକୁ ଷ୍ଟପ୍ ବୋର୍ଡ ଲଗାଇ ଚେକିଂ କରୁଥିଲେ । କିଛି ସମୟ ମଧ୍ୟ ଏକ ନମ୍ବର ବିହୀନ ଧଳା ରଙ୍ଗର ପିକ୍ଅପ୍ ଭ୍ୟାନ ତିହିଡି ବଜାର ଆଡୁ ଭଦ୍ରକ ଯାଉଥିବାର ଦେଖି ଏଏସଆଇ ଶତପଥି ରାସ୍ତାର ଡାହାଣ ପାଖରେ ଏକ ଷ୍ଟପ୍ ବୋର୍ଡ ଲଗାଇ ଠିଆ ହୋଇଥିଲେ । ହଠାତ୍ ଗୋରୁ ବୋଝେଇ ଗାଡିଟି ଜାଣିଶୁଣି ତାଙ୍କ ଆଡକୁ ଖୁବ ଜୋରରେ ମାଡି ଆସିଥିଲା । ଏଏସଆଇ ଜଣଙ୍କ ଜୀବନ ବଞ୍ଚାଇବାକୁ ଯାଇ ରାସ୍ତାର ଡାହାଣ ପାଖକୁ ଡେଇଁ ପଡିବାରୁ ଅଳ୍ପକେ ତାଙ୍କର ଜୀବନ ରକ୍ଷା ହୋଇଯାଇଥିଲା । ଦୁଇଟି ଷ୍ଟପ୍ ବୋର୍ଡ ଭାଙ୍ଗିଥିବା ବେଳେ ଉକ୍ତ ଗାଡିର ପିଛା କରାଯାଇଥିଲା । ମାତ୍ର କୌଣସି ସନ୍ଧାନ ମିଳିନଥିଲା । ତେବେ ଘଟଣାର ତଦନ୍ତ କରିବା ସହ ଫେରାର ଗାଡିକୁ ଧରିବାକୁ ଉଦ୍ୟମ ଜାରି ରଖିଛି ପୋଲିସ ।
ଷ୍ଟପ ବୋର୍ଡ ଭାଙ୍ଗି ପୋଲିସ ଆଡକୁ ମାଡି ଆସିଲା ଗୋରୁ ବୋଝେଇ ଗାଡି

Facebook
Twitter
LinkedIn
Facebook
Twitter
LinkedIn
Recent News
ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...
କରୁର ଦଳାଚକଟା ; ତଦନ୍ତ କରିବ ସିବିଆଇ
ତାମିଲନାଡୁ : ତାମିଲନାଡୁ କରୁର ଦଳାଚକଟା ଘଟଣାର ତଦନ୍ତ କରିବ ସିବିଆଇ । ମାମଲାର ସିବିଆଇ ତଦନ୍ତ ନିଦେ୍ର୍ଦଶ ଦେଲେ ସୁପ୍ରିମକୋର୍ଟ । ସିବିଆଇ ତଦନ୍ତକୁ ମନିଟର...
ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ
ନୂଆଦିଲ୍ଲୀ : ୨ ବର୍ଷ ପରେ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ । ଐତିହାସିକ ଶାନ୍ତି ଚୁକ୍ତି ପୂର୍ବରୁ ହମାସର ବଡ ପଦକ୍ଷେପ । ଇସ୍ରାଏଲ-ଗାଜା...
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ
ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...