The Ultimate Managed Hosting Platform
ADVERTISEMENT

ଷଷ୍ଠ ଦିନରେ ପହଁଚିଲାଣି ବରଗଡ ଧନୁଯାତ୍ରା, ଗୋଟିଏ ପଟେ କଂସର ରାଜୁତି ଅନ୍ୟପଟେ ଥରହର ମଥୁରା ନଗରୀ

Facebook
Twitter
LinkedIn

ବରଗଡ : ଜମୁଛି ବରଗଡ ଧନୁଯାତ୍ରା । ଗୋଟିଏ ପଟେ କଂସଙ୍କ ରାଜୁତିରେ ଥରହର ମଥୁରା ନଗରୀ । ଅନ୍ୟପଟେ ଗୋପପୁର ସାଜିଥିବା ଅମ୍ବାପାଲି ହୋଇଛି କୃଷ୍ଣମୟ । ଯମୁନା ତୁଠରେ ଗୋପୀଙ୍କ ବସ୍ତ୍ର ହରଣ କରିଛନ୍ତି ନଟଖଟିଆ ନନ୍ଦ ନନ୍ଦନ । ଆଜି ସପ୍ତମ ଦିନରେ ଧନୁଯାତ୍ରା ଦେଖି ଆସିବାକୁ ଶ୍ରୀକୃଷ୍ଣ ବଳରାମଙ୍କୁ ନିମନ୍ତ୍ରଣ ପାଇଁ ଗୋପପୁର ଆସିବେ ଅକୃର।ସେପଟେ ଗୋପପୁରରେ ରାଧାକୃଷ୍ଣଙ୍କ ନାବକେଳୀ ଦୃଶ୍ୟ ଅଭିନୀତ ହେବ। ବୁଧବାର ଷଷ୍ଠ ଦିନରେ ଗୋପପୁରରେ କୃଷ୍ଣଙ୍କ ବାଲ୍ୟ ଲୀଳା, ଗୋପାଙ୍ଗନା ମାନଙ୍କ ବସ୍ତ୍ର ହରଣ ତଥା ମା ଯଶୋଦାଙ୍କ ହାତରେ ଦହି ଖାଉଥିବା ଦୃଶ୍ୟ ଦର୍ଶକ ମଧ୍ୟରେ ଭିନ୍ନ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ଅନ୍ୟପଟେ ଗୋପପୁରରେ ମହାରାଜ କଂସଙ୍କ ପ୍ରେରିତ ସମସ୍ତ ରାକ୍ଷସଙ୍କ ନିଧନ ପରେ ମହାରାଜ କଂସ ମର୍ମାହତ ହୋଇ ପଡିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login