କାମାକ୍ଷାନଗର : ପୂର୍ବାଞ୍ଚଳ ରେଞ୍ଜ କନ୍ତାରିପାଟ ଗାଁ ଜଙ୍ଗଲରେ ଷଣ୍ଢର ମୃତଦେହ । ମହାବଳ ବାଘ ମାରିଥିବା ଅନୁମାନ ,ଲୋକେ ଭୟଭୀତ । ୪ ଦିନ ହେଲାଣି ରେଞ୍ଜ ପରେ ରେଞ୍ଜ ଘୁରି ବୁଲୁଛି ମହାବଳ । ପୂର୍ବରୁ ୨ଟି ଗାଇ ମାରିଥିଲା , ସ୍ଥାନୀୟ ଅଞ୍ଚଳରେ ଆତଙ୍କ ।
ପୂର୍ବରୁ ବାଘକୁ କାମାକ୍ଷାନଗର ସହର ଠାରୁ ମାତ୍ର ୪ କିଲୋମିଟର ଦୂରରେ ଦେଖିବାକୁ ମିଳିଛି । କଙ୍କଡାହାଡ଼ ପୂର୍ତ୍ତ ବିଭାଗ ରାସ୍ତାର ଭାଲୁମୁଣ୍ଡା ନିକଟରେ ବାଘକୁ ଦେଖିଥିଲେ ଲୋକ। ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ପହଞ୍ଚି ବାଘର ପାଦ ଚିହ୍ନ ମାପିଥିଲେ । ବାଘର ଗତିବିଧି ଯୋଗୁଁ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇ ପଡ଼ିଛନ୍ତି। ବନବିଭାଗ ତୁରନ୍ତ ବାଘକୁ କାବୁ କରିବାକୁ ଦାବି ହୋଇଛି ।
Views: 17