ଭୁବନେଶ୍ୱର : ଜଣାଶୁଣା ଡିଜେ ଆଜେକ୍ସଙ୍କ ରହସ୍ୟ ଜନକ ମୃତ୍ୟୁ ଘଟଣା । ଆସିଲା ଆଜେକ୍ସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ଶ୍ୱାସରୁଦ୍ଧରୁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ । ଆଜେକ୍ସଙ୍କ ବେକରେ ଦାଗ ଥିବା ମଧ୍ୟ ଉଲ୍ଲେଖ ।
ଗତ ୧୭ ତାରିଖ ରାତିରେ ଯୁବତୀଙ୍କ ଠାରୁ ଚାପୁଡା ଖାଇବା ପରେ ରାତି ପାଖା ପାଖି ସାଢେ ୩ଟାରେ ଆଜେକ୍ସ ଘରକୁ ଫେରିଥିଲେ । ଘଟଣାଟି ତାଙ୍କ ହୃଦୟକୁ ଶକ୍ତ ଆଘାତ ଦେଇଥିଲା । ଏ ବିଷୟରେ ସେ କାହାକୁ କିଛି କହି ପାରି ନ ଥିଲେ । ଦିନ ତମାମ ଚିନ୍ତାରେ ଥିଲେ । ଘରେ ବି କାହା ସହ ଠିକରେ କଥା ହୋଇ ନ ଥିଲେ । ସନ୍ଧ୍ୟାରେ ନିଜ ରୁମ ଭିତରେ ଥିବା ତିନି ବୁଦ୍ଧ ମୂର୍ତ୍ତିଙ୍କ ମୁହଁକୁ ପଛକୁ ବୁଲାଇ ଦେଇଥିଲେ । ଘଣ୍ଟାରୁ ବ୍ୟାଟେରୀ କାଢି ଦେଇଥିଲେ । ତାଙ୍କର ରୁମରେ ଏଭଳି କିଛି ଦୃଶ୍ୟ ଆଜେକ୍ସଙ୍କ ଚରମ ନିଷ୍ପତ୍ତିର ସଂକେତ ଥିଲା ।
ଆଜେକ୍ସ ଜଣେ ଭଲ ରିମିକ୍ସର ଥିଲେ । ନିଜ ଘରେ ଆଲବମ ଗୁଡିକୁ ମକ୍ଟଳର କରି ୟୁଟ୍ୟୁବରେ ଅପଲୋଡ କରୁଥିଲେ । ଅନ୍ୟମାନେ ତାଙ୍କ ରିମିକ୍ସକୁ ଅପଲୋଡ କରି ପ୍ରଶଂସା ନେଉଥିଲେ । ହେଲେ ଆଉ ଶୁଭିବନି ଆଜେକ୍ସଙ୍କ ଡିଜେ । ଘରେ ଥିବା ତାଙ୍କ ଡିଜେ, କନସୋଲ ବି ଫିକା ପଡିଯାଇଛି । ସବୁ ଏପଟସେପଟ ହୋଇପଡିଛି ।
ଶ୍ୱାସରୁଦ୍ଧରୁ ଆଜେକ୍ସଙ୍କ ମୃତ୍ୟୁ

Facebook
Twitter
LinkedIn
Facebook
Twitter
LinkedIn
Recent News
ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯
ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା
ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ
ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା
ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...