ଭୁବନେଶ୍ୱର : ଜଣାଶୁଣା ଡିଜେ ଆଜେକ୍ସଙ୍କ ରହସ୍ୟ ଜନକ ମୃତ୍ୟୁ ଘଟଣା । ଆସିଲା ଆଜେକ୍ସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ଶ୍ୱାସରୁଦ୍ଧରୁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ । ଆଜେକ୍ସଙ୍କ ବେକରେ ଦାଗ ଥିବା ମଧ୍ୟ ଉଲ୍ଲେଖ ।
ଗତ ୧୭ ତାରିଖ ରାତିରେ ଯୁବତୀଙ୍କ ଠାରୁ ଚାପୁଡା ଖାଇବା ପରେ ରାତି ପାଖା ପାଖି ସାଢେ ୩ଟାରେ ଆଜେକ୍ସ ଘରକୁ ଫେରିଥିଲେ । ଘଟଣାଟି ତାଙ୍କ ହୃଦୟକୁ ଶକ୍ତ ଆଘାତ ଦେଇଥିଲା । ଏ ବିଷୟରେ ସେ କାହାକୁ କିଛି କହି ପାରି ନ ଥିଲେ । ଦିନ ତମାମ ଚିନ୍ତାରେ ଥିଲେ । ଘରେ ବି କାହା ସହ ଠିକରେ କଥା ହୋଇ ନ ଥିଲେ । ସନ୍ଧ୍ୟାରେ ନିଜ ରୁମ ଭିତରେ ଥିବା ତିନି ବୁଦ୍ଧ ମୂର୍ତ୍ତିଙ୍କ ମୁହଁକୁ ପଛକୁ ବୁଲାଇ ଦେଇଥିଲେ । ଘଣ୍ଟାରୁ ବ୍ୟାଟେରୀ କାଢି ଦେଇଥିଲେ । ତାଙ୍କର ରୁମରେ ଏଭଳି କିଛି ଦୃଶ୍ୟ ଆଜେକ୍ସଙ୍କ ଚରମ ନିଷ୍ପତ୍ତିର ସଂକେତ ଥିଲା ।
ଆଜେକ୍ସ ଜଣେ ଭଲ ରିମିକ୍ସର ଥିଲେ । ନିଜ ଘରେ ଆଲବମ ଗୁଡିକୁ ମକ୍ଟଳର କରି ୟୁଟ୍ୟୁବରେ ଅପଲୋଡ କରୁଥିଲେ । ଅନ୍ୟମାନେ ତାଙ୍କ ରିମିକ୍ସକୁ ଅପଲୋଡ କରି ପ୍ରଶଂସା ନେଉଥିଲେ । ହେଲେ ଆଉ ଶୁଭିବନି ଆଜେକ୍ସଙ୍କ ଡିଜେ । ଘରେ ଥିବା ତାଙ୍କ ଡିଜେ, କନସୋଲ ବି ଫିକା ପଡିଯାଇଛି । ସବୁ ଏପଟସେପଟ ହୋଇପଡିଛି ।
ଶ୍ୱାସରୁଦ୍ଧରୁ ଆଜେକ୍ସଙ୍କ ମୃତ୍ୟୁ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











