The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଶ୍ରୀଲଙ୍କା ବିପକ୍ଷରେ କ୍ଲିନ ସୁଇପ କଲା ଭାରତ,ଶ୍ରେୟସ ଆୟରଙ୍କୁ ଆଉଟ୍ କରିପାରିଲାନି ଶ୍ରୀଲଙ୍କା

Facebook
Twitter
LinkedIn

ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ କ୍ଲିନ ସୁଇପ କଲା ଭାରତ । ଶେଷ ଟି-୨୦ ମ୍ୟାଚରେ ଶ୍ରୀଲଙ୍କାକୁ ୬ ୱିକେଟରେ ହରାଇ ୩-୦ରେ ସିରିଜ କବଜା କଲା ଭାରତ । ଏହି ମ୍ୟାଚରେ ଶ୍ରେୟାସ ଆୟର ଦମଦାର ଅର୍ଦ୍ଧ ଶତକ ହାସଲ କରିଛନ୍ତି । ଫଳରେ ଏହି ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଫାଇନାଲ ମ୍ୟାଚରେ ହିରୋ ସାଜିଛନ୍ତି ଶ୍ରେୟସ ଆୟର, ଯିଏକି ଅପରାଜିତ ୭୩ ରନ୍ କରିଛନ୍ତି । 

ସବୁଠାରୁ ବଡ଼ କଥା ହେଲା ଯେ, ଶ୍ରେୟସ ଆୟରଙ୍କୁ ଶ୍ରୀଲଙ୍କା ୩ଟି ମ୍ୟାଚରେ ଆଉଟ୍ କରିପାରି ନାହିଁ । ଅତିଥି ଟିମ୍‌ର ସମସ୍ତ ବୋଲର ଶ୍ରେୟସଙ୍କୁ ଆଉଟ କରିବାକୁ ଉଦ୍ୟମ କରିଥିଲେ ହେଁ, ତାଙ୍କର ଯୋଜନା ବିଫଳ ହୋଇଛି । ଶ୍ରେୟସ ଆୟର ଉତ୍ତରପ୍ରଦେଶର ଲଖନଉସ୍ଥିତ ଅଟଳ ବିହାରି ବାଜପେୟୀ ଷ୍ଟାଡିୟମରେ ୫୭ ରନ୍ ଓ ଧର୍ମଶାଳରେ ଦ୍ୱିତୀୟ ମ୍ୟାଚରେ ୭୪ ରନ୍ ସଂଗ୍ରହ କରିଥିଲେ । ତିନିଟ ମ୍ୟାଚରେ ସେ ଅପରାଜିତ ରହିଥିଲେ । ୩ଟି ମ୍ୟାଚରେ ସେ ୨୦୪ ରନ୍ କରିଥିଲେ । ଏଥିରେ ୨୦ଟି ଚୌକା ଓ ୭ଟି ଛକା ସାମିଲ ରହିଛି । ତାଙ୍କୁ ପ୍ଲେୟାର ଅଫ୍ ଦ ସିରିଜ ପୁରସ୍କାର ଦିଆଯାଇଛି । ସେ ପ୍ରତ୍ୟେକ ମ୍ୟାଚରେ ଇନିଂସ ଶେଷ କରି ପାଭଲିଅନକୁ ଫେରିଥିଲେ ।

ତିନି ମ୍ୟାଚର ଦ୍ୱିପାକ୍ଷିକ ଶୃଙ୍ଖଳାରେ ଶ୍ରେୟସ ଆୟର ୨୦୦ରୁ ଅଧିକ ରନ୍ ସଂଗ୍ରହ କରିବାରେ ପ୍ରଥମ ଭାରତୀୟ କ୍ରିକେଟର । ସେ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି । ବିରାଟଙ୍କ ନାଁରେ ପୂର୍ବରୁ ୩ ମ୍ୟାଚର ଶୃଙ୍ଖଳାରେ ୧୯୯ ରନ୍‌ର ରେକର୍ଡ ଥିଲା । ଶ୍ରେୟସ ଆୟର ମଧ୍ୟ ଶୃଙ୍ଖଳାର ୩ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିଲେ, ଯାହାକି ପୂର୍ବରୁ ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ ରାହୁଲ କରିସାରିଛନ୍ତି । 

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login