ଶ୍ରୀଲଙ୍କାରେ କାଗଜ , ଡିଜେଲ ପରେ ଏବେ ବିଜୁଳି ସଙ୍କଟ । ପରିସ୍ଥିତି ଜଟିଳ ହେଉଥିବା ବେଳେ ଲୋକେ ମଧ୍ୟ ରାଜରାସ୍ତାକୁ ଓହ୍ଲାଇ ହିଂସା ସୃଷ୍ଟି କରିବାରେ ଲାଗିଛନ୍ତି । ଏହାକୁ ନିୟନ୍ତ୍ରଣ କରିବାକୁ ଶ୍ରୀଲଙ୍କା ସରକାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଦେଶର ସୁରକ୍ଷା ଏବଂ ଅତ୍ୟାବଶ୍ୟକ ସେବା ଯୋଗାଣକୁ ବଜାୟ ରଖିବାକୁ ଏହି ପଦକ୍ଷେପ ନିଆଯାଇଛି ବୋଲି ସରକାରଙ୍କ ନିର୍ଦ୍ଦେଶରେ କୁହାଯାଇଛି ।ଶ୍ରୀଲଙ୍କା ସରକାର ଶୁକ୍ରବାର ରାଷ୍ଟ୍ରପତି ଗୋତାବାୟା ରାଜପାକସେଙ୍କ ବାସଭବନ ଆଗରେ ଆର୍ଥିକ ସଙ୍କଟକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ହେଲେ ଏହାକୁ ଶ୍ରୀଲଙ୍କା ସରକାର ‘ଆତଙ୍କବାଦୀ କାର୍ଯ୍ୟକଳାପ’ ସହ ବିରୋଧୀ ଦଳର ଚାଲ ବୋଲି କହିଛନ୍ତି ।

ସୂଚନା ମୁତାବକ, ଦେଶ ଭିତରେ ଆର୍ଥିକ ସଙ୍କଟ ଘନଉଥିବାବେଳେ ଏବେ ସରକାରଙ୍କ ପାଖରେ ବିଦେଶୀ ପୁଂଜିର ଘୋର ଅଭାବ । ଫଳରେ କୌଣସି ଦେଶ ଠାରୁ ଅତ୍ୟାବଶ୍ୟକ ଜିନିଷ ଆମଦାନୀ ମଧ୍ୟ କରିପାରୁନାହିଁ ଶ୍ରୀଲଙ୍କା । ଏହାସହ ଚୀନଠାରୁ ଆର୍ଥିକ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ ବି ଚୀନ କୌଣସି ସହାୟତା ଯୋଗାଇନାହିଁ । କାରଣ ପୂର୍ବରୁ ଚୀନ ଯୋଗୁଁ ଶ୍ରୀଲଙ୍କା ଋଣଗ୍ରସ୍ତ ହୋଇସାରିଛି । ଏପରି ସ୍ଥିତିରେ ଶ୍ରୀଲଙ୍କାରେ ଏବେ ହାହାକାର ପରିସ୍ଥିତି । ଏଠାରେ ଶିକ୍ଷା, ସ୍ୱାସ୍ଥ୍ୟ ସବୁକିଛି ବିପର୍ଯ୍ୟସ୍ତ ହୋଇପଡିଛି । ଫଳରେ ଶ୍ରୀଲଙ୍କାବାସୀ ଅନ୍ୟଦେଶ ମୁହାଁ ହେଉଥିବା ଖବର ଆସୁଛି