ଭୁବନେଶ୍ୱର : ବିଜେଡିରୁ ଶ୍ରୀମୟୀ ମିଶ୍ର ସସପେଣ୍ଡ । ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ସସପେଣ୍ଡ । ସୋସିଆଲ ମିଡିଆରେ ଦଳ ବିରୋଧରେ ମନ୍ତବ୍ୟ ଦେଇଥିଲେ ଶ୍ରୀମୟୀ ମିଶ୍ର । ବିଜେଡି ମହିଳା ଶାଖାର ସାଧାରଣ ସମ୍ପାଦିକା ଥିଲେ । ବିଜେଡି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀମୟୀଙ୍କୁ ନିଲମ୍ବନ କରାଯାଇଛି । ଏଥିସହ ଶ୍ରୀ ଶୁବାଶ ଚନ୍ଦ୍ର ସାଇ ଏବଂ ଶ୍ରୀ ପ୍ରବୀର ଚନ୍ଦ୍ର ସାଇଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି ।କିଛି ଦିନ ତଳେ ସୋସିଆଲ ମିଡିଆରେ ନିଜର ମନ୍ତବ୍ୟ ନେଇ ବିବାଦ ସୃଷ୍ଟି କରିଥିଲେ ଶ୍ରୀମୟୀ । ନିକଟରେ ବିଜେଡି ମହିଳା ଶାଖାର ସାଧାରଣ ସଂପାଦିକା ଭାବେ ଶ୍ରୀମୟୀଙ୍କୁ ଦାୟିତ୍ବ ମିଳିଥିଲା । ମାତ୍ର ବାରମ୍ବାର ସୋସିଆଲ ମିଡିଆରେ ଦଳ ବିରୋଧୀ ପ୍ରସଙ୍ଗ ଉଠାଇବାରୁ ବିଜେଡି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଦଳରୁ ନିଲମ୍ବନ କରାଯାଇଛି ।
Views: 39