ଭୁବନେଶ୍ୱର : ପୁଣି ବିଜେଡିକୁ ସୋସିଆଲ ମିଡିଆରେ ଶ୍ରୀମୟୀଙ୍କ ନିଶାନା । ସେ ଲେଖିଛନ୍ତି ଯେ,
ଅନ୍ୟ ମୁଣ୍ଡରେ ଅଠା ବୋଳ, ଏହା ହେଉଛି ତାମିଲ ଖେଳ
ଅନାମ ବାବୁଙ୍କ ମୁହଁରେ କୁହାଇ, ପୁରୁଖାଙ୍କୁ ଦେଉଛି ସେ ଫସାଇ
ଆରମ୍ଭ ହେଲାଣି ପଲିଟିକାଲ ଇଭେଣ୍ଟ, ଖୋଜା ଚାଲିଛି ବିଶ୍ୱସ୍ତ ଏଜେଣ୍ଟ
ଧମକ ଦେଲେଣି ପାଲତୁ ବାବୁ, ମୁଣ୍ଡ ପୋତି ସହୁଛନ୍ତି ବରିଷ୍ଠ ସବୁ
ଧନ୍ୟରେ ଆମ ବିଜୁ ପ୍ରେମୀ, ହେଇଗଲେ ସବୁ ଭଣ୍ଡ ଅନୁଗାମୀ ।
ଗତକାଲି ଶ୍ରୀମୟୀଙ୍କ ନିଶାନାରେ ଥିଲା ବିଜେଡି । ଯଦିଓ ସିଧା ସିଧା ନାଁ ନେଇ ଶ୍ରୀମୟୀ ଟାର୍ଗେଟ୍ କରି ନାହାନ୍ତି ମାତ୍ର ବିଜେଡିର ବରିଷ୍ଠ ନେତା ଏବଂ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ସିନିଅର ସିଟିଜେନ୍ ସେଲ୍ ଉପସଭାପତି ପଦରୁ ଇସ୍ତଫା ଦେବା ପରେ ଏବଂ ବିଜେଡିକୁ ନେଇ ବିସ୍ଫୋରଣ କରିବା ପରେ ପୁଣି ବିଜେଡିକୁ ଘେରିବାକୁ ଶ୍ରୀମୟୀ ମାରିଛନ୍ତି ଶକ୍ତ ବାଣ । ଏଥର ବିଜେଡି ବିରୋଧରେ ବୁଲେଇ ବଙ୍କେଇ ‘ବିପ୍ଳବ- ବିଦ୍ରୋହ-ବିନାଶ’ର ବାଣ ମାରିଛନ୍ତି । ଖାଲି ଆଜି ନୁହେଁ ଲଗାତାର କିଛି ମାସ ଧରି ଶ୍ରୀମୟୀଙ୍କ ଟାର୍ଗେଟରେ ବିଜେଡି ଓ ପାଣ୍ଡିଆନ ରହିଥିବା ବେଳେ ସେ ସବୁବେଳେ କିଛି ନା କିଛି ବିରୋଧୀ ପୋଷ୍ଟ କରୁଛନ୍ତି ।
ଶ୍ରୀମୟୀଙ୍କ ତାମିଲ ଖେଳ , ଭଣ୍ଡ ଅନୁଗାମୀ ନିଶାନା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











