The Ultimate Managed Hosting Platform
ADVERTISEMENT

ଶ୍ରୀମୟୀଙ୍କୁ ନେଇ ବିଜେଡିରେ କମ୍ପନ, ବିଜେଡି ଭାଙ୍ଗିବାକୁ ଚାଲିଛି ଚକ୍ରବ୍ୟୁହ

Facebook
Twitter
LinkedIn

ଭୁବନେଶ୍ୱର : ଶ୍ରୀମୟୀଙ୍କ ସପକ୍ଷରେ ବାହାରିଲେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ । ଶ୍ରୀମୟୀ ଯାହା କହିଛନ୍ତି ଠିକ କହିଛନ୍ତି କହିଲେ ଦେବାଶିଷ ସାମନ୍ତରାୟ । ଟିକେଟ ଦେବାକୁ କହି ଶ୍ରୀମୟୀ ମିଶ୍ରଙ୍କୁ ଟିକେଟ ଦେଇନି ଦଳ । ଶ୍ରମୟୀ ଯେଉଁ ସବୁ କଥା କହିଛନ୍ତି ସେଥିରେ ସତ ରହିଛି । ପ୍ରଫୁଲ୍ଲ ମଲ୍ଲିକଙ୍କ ନିଲମ୍ବନକୁ ଠିକ ନୁହେଁ କହିଲେ ଦେବାଶିଷ ସାମନ୍ତରାୟ । ସେ ଜଣେ ବରିଷ୍ଠ ନେତା , ବିଜେଡି ପାଇଁ ବହୁତ କାମ କରିଛନ୍ତି । ପ୍ରଫୁଲ୍ଲ ମଲ୍ଲିକଙ୍କୁ ବିଜେଡିରୁ ସସପେଣ୍ଡ କରିବା ଭୁଲ ନିଷ୍ପତ୍ତି । ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ କହି ପ୍ରତାପ ଜେନା ଅନୁତାପ କରୁଥିବେ । ଭାସ୍କର ରାଓ ଭଳି ପୁରୁଖା ନେତା ବିଜେଡି ଛାଡି ଚାଲି ଯାଉଛନ୍ତି । ଯାହା ଦଳକୁ ଅନେକ କ୍ଷତି ପହଁଚାଇବ ।
ଅନ୍ୟପଟେ ଦେବାଶିଷଙ୍କ ପରେ ଶ୍ରୀମୟୀଙ୍କ ସପକ୍ଷରେ ବାହାରିଲେ ବିଜେଡି କର୍ପୋରେଟର । ଶ୍ରୀମୟୀଙ୍କ ଅସନ୍ତୋଷକୁ ସ୍ୱାଭାବିକ କହିଲେ ବିଜେଡି କର୍ପୋରେଟର ଅଜିତ ବେହେରା । ଶ୍ରୀମୟୀ ସାଂସଦ ପ୍ରାର୍ଥୀ ବୋଲି ପ୍ରଥମେ ଆମକୁ କୁହାଯାଇଥିଲା । ତାଙ୍କୁ ଆମ ଅଞ୍ଚଳରେ ବୁଲାଇବା ପାଇଁ କୁହାଯାଇଥିଲା । କିନ୍ତୁ ପରେ ପ୍ରାର୍ଥୀ ପରିବର୍ତ୍ତନ ହୋଇଗଲେ , ତେଣୁ ଅସନ୍ତୋଷ ସ୍ୱାଭାବିକ । ଶ୍ରୀମୟୀ ପ୍ରାର୍ଥୀ ହୋଇଥିଲେ ଦଳରେ ଭିନ୍ନ ପ୍ରଭାବ ପଡିଥାଆନ୍ତା ।
କିନ୍ତୁ ବିଜେଡି ବିରୋଧରେ ଷ୍ଡ ଯନ୍ତ୍ର ହେଉଥିବା ଅଭିଯୋଗ କଲେ ମନ୍ମଥ ରାଉତରାୟ । ବିଜେଡି ବିରୋଧରେ ଷଡ ଯନ୍ତ୍ର ହେଉଛି, ଶ୍ରୀମୟୀଙ୍କୁ ମୋହରା କରାଯାଉଛି । ଶ୍ରୀମୟୀଙ୍କ ପଛରେ କିଛି ଦୋମୁହାଁ ସାପ ଅଛନ୍ତି । କିଛି ଗଣମାଧ୍ୟମକୁ ଧରି ବିଜେଡି ଭାଙ୍ଗିବାକୁ ଚକ୍ରବ୍ୟୁହ ରଚାଯାଇଛି । ନବୀନ ମେଡିକାଲରେ ଥିବାବେଳେ ସ୍ପାଏ କ୍ୟାମେରା ନେଇ କିଛି ଲୋକ ପଶିଥିଲେ । ନବୀନଙ୍କ ସ୍ୱାସ୍ଥ୍ୟ କେମିତି ଭଲ ନ ହେଉ କିଛି ଲୋକ ଚାହୁଁଥିଲେ । ଦୋମୁହାଁଙ୍କୁ ଚିହ୍ନଟ ପାଇଁ ୩ ଥର ବୈଠକ ବସିଛି । ଦେବାଶିଷ ଜଣେ ବୁଦ୍ଧିଜୀବୀ , ଯଦି କ୍ଷୋଭ ଅଛି ସଭାପତିଙ୍କ ସହ ଆଲୋଚନା କରନ୍ତୁ । କର୍ପୋପେଟର ଅଜିତଙ୍କ ମନ୍ତବ୍ୟ ଅପରିପକ୍ୱ ।
ଏହାରି ଭିତରେ ପ୍ରମିଳା ମଲ୍ଲିକ ନିଜର ମନ୍ତବ୍ୟ ରଖିଛନ୍ତି । କହିଛନ୍ତି ଯିଏ ବିଶୃଙ୍ଖଳା କରିବ କାର୍ଯ୍ୟାନୁଷ୍ଠାନ ନିଆଯିବ । ବାରମ୍ବାର ଦେବାଶିଷ ସାମନ୍ତରାୟ ଏମିତି କାହିଁକି କହୁଛନ୍ତି । ଦଳ ସଭାପତି ଠିକ ପଦ କ୍ଷେପ ନେଇଛନ୍ତି , ଠିକ ହେବ । ଦଳ ବିରୋଧରେ ବୟାନ ବାଜି ଠିକ ନୁହେଁ, ଦୁର୍ଭାଗ୍ୟଜଜନକ । ଶୃଙ୍ଖଳା କମିଟି ଅଛି ପଦକ୍ଷେପ ନେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login