ଭୁବନେଶ୍ୱର : ଶ୍ରୀମୟୀଙ୍କ ଭଣ୍ଡ ସନ୍ନ୍ୟାସୀ ଉପାଖ୍ୟାନ ଉପରେ ବିଜେଡିର ପ୍ରତିକ୍ରିୟା । ଜବାବ ରଖିଲେ ବରିଷ୍ଠ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ଆଗରୁ କେମିତି ସନ୍ତୁଷ୍ଠ ଥିଲେ ଏବେ କାହିଁକି ଅସନ୍ତୁଷ୍ଟ ହେଲେ ସେ କୁହନ୍ତୁ । କେତେବେଳେ ସନ୍ତୁଷ୍ଟ ଥିଲେ , କେମିତି ଅସନ୍ତୁଷ୍ଟ ହେଲେ । ଦଳ ଭିତରେ ଯିଏ ବିଶୃଙ୍ଖଳା କରିବ , ସଭାପତି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବେ ।
‘ଧୃତରାଷ୍ଟ’୍ର ଆକ୍ଷେପ ପରେ ପାଣ୍ଡିଆନଙ୍କୁ କଟାକ୍ଷ କଲେ ଶ୍ରୀମୟୀ ମିଶ୍ର । ସନ୍ନ୍ୟାସ ଏବଂ ସନ୍ନ୍ୟାସୀ ବିଷୟ ନେଇ ସୋସିଆଲ ମିଡିଆରେ ପୋଷ୍ଟ । ସନ୍ୟାସୀ ସର୍ବପରି ଜଗତର ମଙ୍ଗଳ କାମନା କରନ୍ତି । ହେଲେ ଆଜିର ଯୁଗରେ ସନ୍ନ୍ୟାସୀଙ୍କ ପରିଭାଷା ଅଲଗା । ‘ଜଗତ ପଛେ ନର୍କେ ପଡିଥାଉ’, ମୋ ଜୀବନ ଉଦ୍ଧାର ହେଉ । କିଛି ସନ୍ନ୍ୟାସୀ ଜଗନ୍ନାଥଙ୍କ ନାମନେଇ ଅନ୍ୟପାଇଁ ଗାତ ଖୋଳୁଛନ୍ତି । ଅନ୍ୟ ପାଇଁ ଗାତ ଖୋଳିବାକୁ ଯାଇ ନିଜେ ଗାତରେ ପଡୁଛନ୍ତି ।
Views: 82