The Ultimate Managed Hosting Platform
ADVERTISEMENT

ଶ୍ରୀମନ୍ଦିର ରୋଷଘର ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

Facebook
Twitter
LinkedIn

 ଶ୍ରୀମନ୍ଦିର ଚୁଲି ଭାଙ୍ଗିବା ଘଟଣାରେ ରୋଷଘରର ସୁରକ୍ଷା ବ୍ୟବସ୍ଥାକୁ ନେଇ ବଢ଼ିଲା ଚିନ୍ତା। ଏହି ଘଟଣା ପାଇଁ ଦାୟୀ କିଏ ତାହାର ତଦନ୍ତ ଜାରି ରହିଛି।  ଏହାସହ ଅଭିଯୁକ୍ତକୁ ନେଇ ଟିଆଇ ପରେଡ୍ କରିପାରେ ପୁଲିସ। ରୋଷଘରେ ସିସିଟିଭି ଲଗାଇବା ସହ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି।ସେପଟେ ଅଭିଯୁକ୍ତ ଜଗନ ମହାପାତ୍ରକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।  ତାକୁ ଗିରଫ କରାଯିବା ପରେ କୋର୍ଟରେ ହାଜର କରାଯାଇଥିଲା।  ପୁରୀ ଏସ୍‌ଡିଜେଏମ୍ କୋର୍ଟ ଜାମିନ ନାମଞ୍ଜୁର କରିଥିଲେ।

କୋର୍ଟ ଚାଲାଣ ବେଳେ ଓଟିଭିକୁ ଚାଞ୍ଚଲ୍ୟକର ବୟାନ ଦେଇ ଜଗନ କହିଛି, ‘ମୁଁ ନିଜ ହାତରେ ଭାଙ୍ଗିଛି ରୋଷଘର ଚୁଲି। ପ୍ରଭୁ ଜଗନ୍ନାଥଙ୍କୁ ବହୁତ ଭଲ ପାଏ, ତାଙ୍କୁ ଭକ୍ତି କରେ। କିଛି ଲୋକ ଖାଇବାକୁ ପାଉନାହାନ୍ତି ତ ଆଉ କାହାର ବହୁତ ଖାଦ୍ୟ ଅଛି। ଏହାକୁ ନେଇ ମନରେ ଅଭିମାନ ଥିବାରୁ ଘଟଣା ଦିନ ରୋଷ ଘରକୁ ଯାଇ ସେଠି କେହି ନଥିବା ଦେଖି ନିଜ ହାତରେ ଚୁଲି ଭାଙ୍ଗିଥିଲି।’ତେବେ କାହା ଚାପରେ କି ପ୍ରରୋଚନାରେ ଭାଙ୍ଗିନି ବୋଲି ସେ ସଫେଇ ଦେଇଛି। ହେଲେ ସେ ହାତରେ କେମିତି ଏତେ ଚୁଲି ଭାଙ୍ଗିଲା ତାକୁ ନେଇ ଏବେ ଉଠିଛି ପ୍ରଶ୍ନ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login