The Ultimate Managed Hosting Platform
ADVERTISEMENT

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ଉତ୍ସବକୁ ଶଙ୍କରାଚାର୍ଯ୍ୟଙ୍କୁ କରାଯାଉ ନିମନ୍ତ୍ରଣ: ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟ ଜ୍ଞାନେନ୍ଦ୍ର

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟ ସରକାର ୪ ଦ୍ୱାର ନ ଖୋଲି ବାରମ୍ବାର ସୁଡଙ୍ଗ କରି ସରକାରୀ ଅର୍ଥର ହରିଲୁଟ କରୁଥିବା ନେଇ ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଡ. ଆର୍ଯ୍ୟ କୁମାର ଜ୍ଞନେନ୍ଦ୍ର । ଏକ ପ୍ରେସ ବିବୃତି ଜାରି କରି ସେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି କି, ଭକ୍ତଙ୍କ ସୁବିଧା ନାମରେ ପ୍ରତିବର୍ଷ ରଥ ଯାତ୍ରା ପୂର୍ବରୁ ସୁଡଙ୍ଗ ଭଙ୍ଗା ପୁଣି ନିଳାଦ୍ରୀ ବିଜେ ପରେ ସୁଡଙ୍ଗ ନିର୍ମାଣ କରି କୋଟି କୋଟି ଟଙ୍କାକୁ ଲୁଟ କରୁଛନ୍ତି ସରକାର । ବଡ ଦାଣ୍ଡରେ ଛୋଟ ଛୋଟ ବ୍ୟବସାୟୀଙ୍କୁ ବେଦଖଲ କରି ତାଙ୍କ ପେଟରେ ଲାତ ମାରିବା କାର୍ଯ୍ୟକୁ ଦୃଢ ନିନ୍ଦା କରିଛନ୍ତି ଜ୍ଞାନେନ୍ଦ୍ର । ସେ ଆହୁରି ମଧ୍ୟ କହିଛନ୍ତି କି , ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସରକାରୀ ଉଦଘାଟନ କାର୍ଯ୍ୟକ୍ରମ ନ କରି ଧାର୍ମିକ ଭାବନାରେ କାର୍ଯ୍ୟକ୍ରମ କରୁନ୍ତି । ପୁରୀ ପୀଠାଧିଶ୍ୱର ଶ୍ରୀମଦ ଶଙ୍କରାଚାର୍ଯ୍ୟଙ୍କ ସହ ଶ୍ରୀ ମନ୍ଦିର ଅଧ୍ୟକ୍ଷ, ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଉ । ଶ୍ରୀମନ୍ଦିର ପରମ୍ପରା ସହ ସମ୍ପୃକ୍ତ ଚର୍ଚ୍ଛୁସଂପ୍ରଦାୟର ପ୍ରମୁଖ ଆଚାର୍ଯ୍ୟ , ନିମ୍ବକାଚାର୍ଯ୍ୟ, ରାମଭଦ୍ରାଚାର୍ଯ୍ୟ, ରାମନ୍ଦାଚାର୍ଯ୍ୟ ଓ ମାଧବାଚାର୍ଯ୍ୟଙ୍କ ପୀଠର ମୁଖ୍ୟମାନଙ୍କୁ ନିମନ୍ତ୍ରଣ କରିବାକୁ ଦାବି କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login