The Ultimate Managed Hosting Platform
ADVERTISEMENT

ଶ୍ରୀମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ

Facebook
Twitter
LinkedIn

ପୁରୀ : ଶ୍ରୀମନ୍ଦିର ଉପରେ ଓ ନିଷିଦ୍ଧାଞ୍ଚଳରେ ଆଜି ପୁଣିଥରେ ଉଡ଼ିଛି ଡ୍ରୋନ୍ । ମଙ୍ଗଳବାର ଅପରାହ୍ନରେ ନୀଳଚକ୍ର ଓ ପରିକ୍ରମା ମାର୍ଗ ଏବଂ ଶ୍ରୀମନ୍ଦିର ଉପରେ ଏକ ଡ୍ର୍ରୋନ ୨୫ ମିନିଟ୍ ଧରି ଉଡିଥିଲା । ଗତକାଲି ସନ୍ଧ୍ୟାରେ ଏହି ଡ୍ରୋନ୍ ହଠାତ୍ ପଶ୍ଚିମଦ୍ବାର ପାର୍ଶ୍ବରୁ ଆସି ଶ୍ରୀମନ୍ଦିର ଉପରେ ଉଡ଼ିଥିଲା । ଏକାଧିକ ଥର ଶ୍ରୀମନ୍ଦିର ଉପରେ ଚକ୍କର କାଟିଥିଲା । ତେବେ ଡ୍ରୋନଟି କେଉଁଠୁ ଉଡାଯାଇଛି ଏବଂ କିଏ ଉଡାଇଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି । ପୋଲିସ୍ ଡ୍ରୋନ୍ଟିକୁ ଖସାଇବାକୁ ଚେଷ୍ଟା କରିଥିଲା । ହେଲେ ଡ୍ରୋନ୍ଟି ମେଘନାଦ ପାଚେରୀ, ଶ୍ରୀ ସେତୁ ଦେଇ ଦୃତ ଗତିରେ ପଳାଇ ଯାଇଥିଲା । ପୋଲିସ୍ ଡ୍ରୋନ୍ଟିକୁ ଧରିବାରେ ବିଫଳ ହୋଇଥିଲା । ସିସିଟିଭିରେ କଏଦ ହୋଇଥିବା ଭିଡିଓ ଫୁଟେଜ୍କୁ ନେଇ ପୋଲିସ୍ ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ପୁରୀ ଏସ୍ପି ବିନୀତ ଅଗ୍ରୱାଲ୍ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି । ଯିଏ ଏପରି କାର୍ୟ୍ୟ କରିଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login