ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ । ଧାର୍ଯ୍ୟ ସମୟ ଅନୁସାରେ ନୀତିକାନ୍ତି ସହ ଚାଲିଛି ଶୃଙ୍ଖଳିତ ଦର୍ଶନ । କାର୍ତ୍ତିକ ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ପ୍ରବଳ ଭିଡକୁ ଦୃଷ୍ଟିରେ ରଖି କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ବ୍ୟାପକ ବ୍ୟବସ୍ଥା ହୋଇଛି । ସୁରକ୍ଷା ଦାୟିତ୍ୱରେ ୫୦ ପ୍ଲାଟୁନ ଫୋର୍ସ ରହିବେ ବୋଲି ସୂଚନା ଦେଇଛନ୍ତି ଏସପି। ସେହିପରି ମହାପ୍ରଭୁଙ୍କ ବେଶ ନିତି ସହ ଧୂପ ନୀତି ରହିଛି । ଭିତର କାଠ ଦର୍ଶନ ପାଇଁ ଭକ୍ତଙ୍କୁ ଛଡ଼ା ଗଲେ ମହାପ୍ରଭୁଙ୍କ ନିତିରେ ବିଳମ୍ବ ହେବା ସହ ଭକ୍ତଙ୍କ ଦର୍ଶନ ନେଇ ସମସ୍ୟା ଉପୁଜିବ । ଏଣୁ ଶୃଙ୍ଖଳିତ ଦର୍ଶନ ପାଇଁ ବାହାର କାଠ ନିକଟରେ ପୋଲିସ ମୁତୟନ ହେବେ।
କାର୍ତ୍ତିକ ପୂର୍ଣ୍ଣିମାରେ ପ୍ରବଳ ଭକ୍ତଙ୍କ ସମାଗମ ଆଶଙ୍କା କରାଯାଇଛି । ଏଣୁ ବାରିକେଡକୁ ବଡ ଦାଣ୍ଡର ମାର୍କେଟ ଛକ ଯାଏ ବର୍ଦ୍ଧିତ କରାଯିବ ।” କେଉଛକରୁ କୌଣସି ଗାଡ଼ିକୁ ଭିତରକୁ ଛଡ଼ାଯିବ ନାହିଁ ବୋଲି ଏସପି ସୂଚନା ଦେଇଛନ୍ତି। ଏପରିକି ବେଳାଭୂମିରେ ମଧ୍ୟ ପୋଲିସ ସହ ଅଧିକ ଲାଇଫଗାର୍ଡ ମୁତୟନ ହେବେ ବୋଲି ସୂଚନା ରହିଛି । ପୁରୀକୁ ଆସିଥିବା ଭକ୍ତ, ପର୍ୟ୍ୟଟକଙ୍କ ଯାତାୟତ ସହ ସୁରକ୍ଷା ପାଇଁ ପୋଲିସ ସମ୍ପୂର୍ଣ ପ୍ରସ୍ତୁତ ରହିଛି ।
ଶ୍ରୀମନ୍ଦିରରେ ପ୍ରବଳ ଭିଡ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











