ଶ୍ରୀନଗର : ଶ୍ରୀନଗରରେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ । ପହଲଗାମ ଘଟଣାର ସମୀକ୍ଷା କରିବେ ସେନା ମୁଖ୍ୟ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷିରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ । ଜମ୍ମୁ କାଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନର ସମୀକ୍ଷା କରିବେ । ଆର୍ମୀର ଟପ୍ କମାଣ୍ଡର ସେନା ମୁଖ୍ୟଙ୍କୁ ସ୍ଥିତି ସଂପର୍କରେ ଅବଗତ କରିବେ । ଏଲଓସି ସ୍ଥିତିର ମଧ୍ୟ ସମୀକ୍ଷା କରିବେ କାଉଣ୍ଟର ଟେରରିଷ୍ଟ ଏଲଓସି ସ୍ଥିତିର ମଧ୍ୟ ସମୀକ୍ଷା କରିବେ ଜେନେରାଲ ଦ୍ବିବେଦୀ । ୧୫ କର୍ପସ କମାଣ୍ଡର ଓ ଅନ୍ୟ ରାଷ୍ଟ୍ରୀୟ ରାଇଫଲର କମାଣ୍ଡରମାନେ ସେନାମୁଖ୍ୟଙ୍କ ଗସ୍ତ ବେଳେ ଉପସ୍ଥିତ ରହିବେ । ପହଲଗାମରେ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ନିପାତ ପାଇଁ ବଡ଼ ଅଭିଯାନ ଆରମ୍ଭ କରିଛି ଭାରତୀୟ ସେନା । ଯବାନଙ୍କ ଘେରା ବନ୍ଦୀରେ ରହିଛି ଆତଙ୍କବାଦୀଙ୍କ ଏକାଧିକ ଆଡ୍ଡା ।
Views: 23