ମୁମ୍ବାଇ : ମହାରାଷ୍ଟ୍ର କଲ୍ୟାଣ-ନାସିକ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦ୍ରୁତ ଗତିରେ ଆସୁଥିବା ଏକ କାର ରାସ୍ତାରେ ଚାଲି ଯାଉଥିବା ବେଳେ ୫ ଜଣଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । କାମ କରି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ପୋଲିସ କାରକୁ ଜବତ କରିଛି । ମୃତକଙ୍କ ପରିଚୟ ମିଳିଛି । ଏମାନେ ମଧ୍ୟପ୍ରଦେଶ ବାସିନ୍ଦା । ସେମାନେ ମହାରାଷ୍ଟ୍ରରେ ଶ୍ରମିକ ଭାବେ କାମ କରୁଥିଲେ । ଏହା ପୂର୍ବରୁ ୧୮ ତାରିଖରେ ନାସିକ ଜିଲ୍ଲାର ମୁମ୍ବାଇ-ଆଗ୍ରା ହାଇୱେରେ ସଡ଼କ ଦୁର୍ଘଟଣା ଘଟିଥିଲା ।
Views: 84











