ହିନେ୍ଦାଳ : ଶୌଚ ହେବାକୁ ଯାଇଥିବା ମହିଳାଙ୍କୁ ଦଳିଦେଲା ଦନ୍ତା । ଚାଲିଗଲା ତିନି ନିରୀହ ଜୀବନ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ବାଗଧରିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ କରୁଣାକର ଦେହୁରୀ ଓ ଝୁଲଣ ଦେହୁରୀ । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳୁଛି ।ଆଜି ସକାଳୁ ଶୌଚ ହେବାକୁ ଯାଇଥିବାବେଳେ ମହିଳା କରୁଣାକର ଦେହୁରୀ ଓ ଝୁଲଣ ଦେହୁରୀ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଏଭଳି ପରିସ୍ଥିତିରେ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।ଏ ଘଟଣା ଘଟିବା ପରେ ସ୍ଥାନୀୟ ବାସିନ୍ଦା ହାତୀକୁ ଜଗି ରହି ବନବିଭାଗକୁ ଯୋଗାଯୋଗ କରିଥିଲେ । ହେଲେ ବନବିଭାଗ ଅଧିକାରୀଙ୍କ ପକ୍ଷରୁ କେହି ଫୋନ ରିସିଭ ନକରିବାରୁ ସ୍ଥାନୀୟ ବାସିନ୍ଦା ଉତ୍ୟକ୍ତ ହୋଇଥିଲେ । ପ୍ରତିବାଦସ୍ୱରୂପ ସାତମାଇଲ ଛକରେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକ। ଲଗାତାର ଭାବେ ହାତୀ ଲୋକଙ୍କ ଜୀବନ ନେଉଥିଵା ବେଳେ ବନବିଭାଗ କୌଣସି ପଦକ୍ଷେପ ନେଉ ନଥିବାରୁ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି ।
ଶୈାଚ ହେବାକୁ ଯାଇଥିଲେ ମହିଳା , ଦଳିଦେଲା ଦନ୍ତା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











