The Ultimate Managed Hosting Platform
ADVERTISEMENT

ଶୈାଚ ହେବାକୁ ଯାଇଥିଲେ ମହିଳା , ଦଳିଦେଲା ଦନ୍ତା

Facebook
Twitter
LinkedIn

ହିନେ୍ଦାଳ : ଶୌଚ ହେବାକୁ ଯାଇଥିବା ମହିଳାଙ୍କୁ ଦଳିଦେଲା ଦନ୍ତା । ଚାଲିଗଲା ତିନି ନିରୀହ ଜୀବନ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ବାଗଧରିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ କରୁଣାକର ଦେହୁରୀ ଓ ଝୁଲଣ ଦେହୁରୀ । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳୁଛି ।ଆଜି ସକାଳୁ ଶୌଚ ହେବାକୁ ଯାଇଥିବାବେଳେ ମହିଳା କରୁଣାକର ଦେହୁରୀ ଓ ଝୁଲଣ ଦେହୁରୀ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଏଭଳି ପରିସ୍ଥିତିରେ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।ଏ ଘଟଣା ଘଟିବା ପରେ ସ୍ଥାନୀୟ ବାସିନ୍ଦା ହାତୀକୁ ଜଗି ରହି ବନବିଭାଗକୁ ଯୋଗାଯୋଗ କରିଥିଲେ । ହେଲେ ବନବିଭାଗ ଅଧିକାରୀଙ୍କ ପକ୍ଷରୁ କେହି ଫୋନ ରିସିଭ ନକରିବାରୁ ସ୍ଥାନୀୟ ବାସିନ୍ଦା ଉତ୍ୟକ୍ତ ହୋଇଥିଲେ । ପ୍ରତିବାଦସ୍ୱରୂପ ସାତମାଇଲ ଛକରେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକ। ଲଗାତାର ଭାବେ ହାତୀ ଲୋକଙ୍କ ଜୀବନ ନେଉଥିଵା ବେଳେ ବନବିଭାଗ କୌଣସି ପଦକ୍ଷେପ ନେଉ ନଥିବାରୁ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନୈାସେନାର ଏଫ-୩୫ ଫାଇଟର ଜେଟ ଦୁର୍ଘଟଣାଗ୍ରସ୍ତ

ନୈାସେନାର ଏଫ-୩୫ ଫାଇଟର ଜେଟ ଦୁର୍ଘଟଣାଗ୍ରସ୍ତ

ଆମେରିକା : ଆମେରିକାରେ ନୌସେନାର ଏଫ-୩୫ ଫାଇଟର ଜେଟ୍ ଦୁର୍ଘଟଣାଗ୍ରସ୍ତ । କେନ୍ଦ୍ରୀୟ କାଲିଫର୍ଣ୍ଣିଆର ନାଭାଲ ଏୟାର ଷ୍ଟେସନ ଲିମୋର ନିକଟରେ ଏହି ଦୁର୍ଘଟଣା ହୋଇଛି ।...

ADVERTISEMENT
ଆସିଲା “ସୁଭଦ୍ରା” ଦ୍ୱିତୀୟ କିସ୍ତି ଟଙ୍କା

ଜୟପୁରରୁ ସୁଭଦ୍ରା ୩ୟ କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୯ ତାରିଖରେ ଜୟପୁରରୁ ସୁଭଦ୍ରା ତୃତୀୟ କିସ୍ତି ଅର୍ଥ ବାଣ୍ଟିବେ ମୁଖ୍ୟମନ୍ତ୍ରୀ । କୋଟିଏରୁ ଉଦ୍ଧ୍ୱର୍ ହିତାଧିକାରୀଙ୍କୁ ଏକକାଳୀନ ଯିବ ସୁଭଦ୍ରା ଅର୍ଥ ।...

Login