The Ultimate Managed Hosting Platform
ADVERTISEMENT

ଶେଷ ହେଲା ଗଞ୍ଜାମର ପ୍ରସିଦ୍ଧ ଦଣ୍ଡଯାତ୍ରା

Facebook
Twitter
LinkedIn

ଗଞ୍ଜାମ : ସରିଲା ଗଞ୍ଜାମର ପାରମ୍ପରିକ ଚୈତ୍ର ପର୍ବ ଦଣ୍ଡଯାତ୍ରା । ୧୩ ଦିନ ରୁ ଆରମ୍ଭ କରି ୨୧ ଦିନ ପର୍ୟ୍ୟନ୍ତ ଆୟୋଜିତ ଦଣ୍ଡଯାତ୍ରା , ଉଭୟ ମା’ସନ୍ତ ଓ ସଂକ୍ରାନ୍ତି ତିଥିରେ ଉଦଯାପିତ ହୋଇଯାଇଛି । ପ୍ରତି ଥର ଆୟୋଜିତ ଦଣ୍ଡଯାତ୍ରା ର ବିଧିବିଧାନ ସହ ଉଦଯାପନୀ ଯାତ୍ରା ତଥା ମେରୁଯାତ୍ରା କୁ ଭକ୍ତି ସହକାରେ ପାଳିଥାଆନ୍ତି ଉଭୟ ଦଣ୍ଡଭୋକ୍ତା ଓ ଶ୍ରଦ୍ଧାଳୁ । ପୁଣି ଅପେକ୍ଷା ଆସନ୍ତା ଚୈତ୍ର ମାସକୁ । ଭକ୍ତ ଏବଂ ଭୋକ୍ତା ଙ୍କ ଗହଳି-ଚହଳି ଭିତରେ , ମା’ ଙ୍କୁ ଅଶ୍ରୃଳ ବିଦାୟ ଦେଇଛନ୍ତି ଶ୍ରଦ୍ଧାଳୁ । ଅଧା ମାସରୁ ଉର୍ଦ୍ଧ୍ଵ ସମୟଧରି ଜିଲ୍ଲାରେ ପାଳିତ ହୋଇଥିବା ଏହି ପର୍ବ ଭକ୍ତି ଓ ଶକ୍ତି ଉପାସନାର ନିଆରା ଉଦାହରଣ ହୋଇଥିବା ବେଳେ ଭାଇଚାରା ଏବଂ କଳା-ସସ୍କୃତି ର ସମନ୍ଵୟ ସୃଷ୍ଟି କରିଥିଲା ଏହି ଦଣ୍ଡଯାତ୍ରା । ବେଲ କାଠର ଦୋଳିରେ ଝୁଲିଲେ ମା’ । ହଜାର ହଜାର ଦଣ୍ଡୁଆ ଓ ଶ୍ରଦ୍ଧାଳୁ ଙ୍କ ଗହଣରେ ଗଂଜାମ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଯାଇଛି ପ୍ରସିଦ୍ଧ ଦଣ୍ଡପର୍ବର ଅନ୍ତିମପର୍ବ ମେରୁଯାତ୍ରା । ଶିବ ଏବଂ ଶାକ୍ତ ଉପାସନାର ପ୍ରତୀକ କୁହାଯାଉଥିବା ଗଂଜାମ ଜିଲ୍ଲାର ପାରମ୍ପରିକ ଦଣ୍ଡଯାତ୍ରା କୁ ନେଇ ଜିଲାର ବିଭିନ୍ନ ସ୍ଥାନ ଚଳଚଞ୍ଚଳ ହୋଇ ଉଠିଥିଲା । ଢୋଲ-ମହୁରୀ ଏବଂ ଘଣ୍ଟ-ଘଣ୍ଟା ବାଜଣା ସାଙ୍ଗକୁ କଳା ରୁଦ୍ରମଣି ଙ୍କୁ ଭଜ ହେ ଧ୍ଵନି ରେ ପ୍ରକମ୍ପିତ ହୋଇଉଠୁଥିଲା ଗାଁ ଠୁ ସହର ।


ଦଣ୍ଡଯାତ୍ରା ର ନିୟମ ଅନୁସାରେ ୧୩ ଦିନର ଯାତ୍ରା , ୧୩ ଭୋକ୍ତା ଓ ୧୬ ଦଣ୍ଡ ପାଳନ କରି ଦଣ୍ଡଯାତ୍ରା ଆରମ୍ଭ ହୋଇଥାଏ । ଯିଏ ମାନସିକ କରି ଦଣ୍ଡରେ ସାମିଲ ହୁଏ , ତାଙ୍କୁ ଦଣ୍ଡଭୋକ୍ତା କୁହାଯାଏ । ଗୈରୀକ ବସ୍ତ୍ର ପରିଧାନ କରି , ହାତରେ ମୟୁରପୁଚ୍ଛ ମୁଠା ଓ ମାନସିକ ପତାକା ଧରି ୧୩ ଦିନ ପାଇଁ ଘରୁ ବାହାରି ଆସିଥାନ୍ତି । ଖାଲି ପାଦରେ ଚାଲିଚାଲି ଗୋଟିଏ ଗାଁ ରୁ ଆଉ ଗୋଟିଏ ଗାଁ କୁ ଯାଇଥାନ୍ତି ଆୟୋଜକ ଭକ୍ତଙ୍କ ଦୁଆରକୁ । ଧୂଳିଦଣ୍ଡ , ଜଳଦଣ୍ଡ , ଅଗ୍ନିଦଣ୍ଡ ଭଳି ୧୬ଦଣ୍ଡ ପାଳନ କରି , ନିଶାର୍ଦ୍ଧରେ ଥରେ ମାତ୍ର ଶାକାହାରୀ ପ୍ରସାଦ ସେବନ କରିଥାନ୍ତି ଦଣ୍ଡଭୋକ୍ତା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login