The Ultimate Managed Hosting Platform
ADVERTISEMENT

ଶେଷ ଦିନିକିଆରେ ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

Facebook
Twitter
LinkedIn

ଘରୋଇ ୱେଷ୍ଟ ଇଣ୍ଡିଜ ଓ ଭାରତ ମଧ୍ୟରେ ବୁଧବାର ତୃତୀୟ ତଥା ଅନ୍ତିମ ଦିନିକିଆ ଖେଳାଯିବ । ପ୍ରଥମ ୨ଟି ମ୍ୟାଚ୍‌ ଜିତି ସିରିଜ ହାତେଇ ସାରିଥିବା ଭାରତୀୟ ଦଳ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ରହିଛି । ଅନ୍ୟ ପଟରେ ଘରୋଇ ଦଳ ସମ୍ମାନ ବଞ୍ଚାଇବାକୁ ଲଢେଇ କରିବ । ଆଜିର ମୁକାବିଲାରେ ଟସ୍ ଜିତି ଭାରତ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି। ଅଭେଶ ଖାନଙ୍କ ସ୍ଥାନରେ ପ୍ରସିଦ୍ଧ କୃଷ୍ଣାଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି। ସେହିପରି ଓ୍ଵେଷ୍ଟଇଣ୍ଡିଜ ଦଳରେ ଦୁଇଟି ପରିବର୍ତ୍ତନ ଘଟିଛି। ତାରକା ଅଲରାଉଣ୍ଡର ଜାସନ ହୋଲଡର ଏବଂ କିମୋ ପଲ୍‌ଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି।

ରବିବାର ଅନୁଷ୍ଠିତ ଦ୍ୱିତୀୟ ମୁକାବିଲାରେ ଭାରତ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଥିଲା । ଶେଷ ୧୦ ଓଭରରେ ଭାରତକୁ ବିଜୟ ପାଇଁ ୧୦୦ ରନ୍‌ ଆବଶ୍ୟକ ହେଉଥିଲା । ଅକ୍ଷର ପଟେଲ ଚିତ୍ତାକର୍ଷକ ଅର୍ଦ୍ଧଶତକୀୟ ପାଳି ଖେଳି ଭାରତକୁ ବିଜୟୀ କରାଇଥିଲେ । ବୁଧବାର ଆଧିପତ୍ୟ ବିସ୍ତାର କରି ଖେଳିବାକୁ ଭାରତ ପ୍ରୟାସ କରିବ । ଦଳର ଦୁଇ ମଧ୍ୟକ୍ରମ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଓ ଦୀପକ ହୁଡ଼ା ଏପର୍ଯ୍ୟନ୍ତ ସଫଳ ହୋଇପାରିନାହାନ୍ତି । ଆଜି ଉଭୟଙ୍କ ବ୍ୟାଟ୍‌ରୁ ଉପଯୋଗୀ ଇନିଂସ ଦେଖିବାକୁ ଭାରତୀୟ ପ୍ରଶଂସକ ଆଶା ରଖିବେ । ପ୍ରଥମ ୨ଟି ଯାକ ମ୍ୟାଚ୍‌ ପରାଜିତ ହୋଇଥିଲେ ହେଁ ଘରୋଇ ଦଳ ଲଢୁଆ ଖେଳ ପ୍ରଦର୍ଶନ କରିଥିଲା । ଦଳରେ ରହିଥିବା ଛୋଟ ମୋଟ ତ୍ରୁଟି ଯୋଗୁ ବିଜୟ ସମ୍ଭବ ହୋଇ ନଥିଲା ।  ଏଥର ସବୁ ତ୍ରୁଟି ସୁଧାରି ୱେଷ୍ଟ ଇଣ୍ଡିଜ ଦଳ ଗ୍ରାଉଣ୍ଡକୁ ଓହ୍ଲାଇବ । ସାଇ ହୋପ୍‌ ଫର୍ମକୁ ଫେରିବା ଦଳ ପାଇଁ ଶୁଭଙ୍କର । ହେଲେ ଅଲ୍‌ରାଉଣ୍ଡର ଜାସନ ହୋଲ୍ଡରଙ୍କୁ ଏକାଦଶରେ ସ୍ଥାନ ନମିଳିବା ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି କହିଲେ ଭୁଲ ହେବ ନାହିଁ । ମଙ୍ଗଳବାର ସେ ଏକାଦଶକୁ ଫେରିଛନ୍ତି।

ସେହିପରି ଅଲ୍‌ରାଉଣ୍ଡର କିମୋ ପଲ୍‌ ମଧ୍ୟ ଖେଳିବାକୁ ସୁଯୋଗ ମିଳିଛି । ଭାରତ ପକ୍ଷରୁ ବ୍ୟାଟିଂ କ୍ରମରେ ପରିବର୍ତ୍ତନ କରାଯାଇନି। ବୋଲିଂ ବିଭାଗରେ ଗୋଟିଏ ପରିବର୍ତ୍ତନ ଘଟିଛି । ଅଭେଶ ଖାନଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣା ଦଳକୁ ଫେରିଛନ୍ତି । କୁଇନ୍ସ ପାର୍କ ପିଚ୍‌ ବ୍ୟାଟ୍ସମ୍ୟାନଙ୍କୁ ସହାୟତା କରୁଥିବା ଦେଖିବାକୁ ମିଳିଛି। ଆଜି ଏକ ନୂଆ ପିଚ୍‌ରେ ମ୍ୟାଚ୍‌ ଖେଳାଯିବ । ଅପରାହ୍ଣରେ ବର୍ଷା ଆଶଙ୍କା ରହିଛି । ତେଣୁ ଟସ୍‌ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login