ନୂଆଦିଲ୍ଲୀ : ୨୦୨୪ ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକାଠି କରିବାକୁ ନୀତିଶଙ୍କ ପ୍ରୟାସ । ଅଖିଳେଶଙ୍କ ପରେ ମମତା ବାନାର୍ଜୀଙ୍କୁ ଭେଟିଲେ ନୀତିଶ କୁମାର । ବୈଠକ ପରେ ମମତା ବାନାର୍ଜୀଙ୍କ ପ୍ରତିକ୍ରିୟା । ଦେଶରୁ ଶୂନ୍ୟ ହୋଇଯାଉ ବିଜେପି ।
ସେହିଭଳି ବୈଠକ ପରେ ମମତା ବାନାର୍ଜୀ କହିଛନ୍ତି, ଆମର ଉଦ୍ଦେଶ୍ୟ ବିଜେପିକୁ ହିରୋରୁ ଜିରୋ କରିବା । ଜେପି ଆନ୍ଦୋଳନ ବିହାରରୁ ଆରମ୍ଭ ହୋଇଥିଲା । ତେଣୁ ଆମେ ଏକତା ସନ୍ଦେଶ ଦେବାକୁ ବିହାରରେ ଏକ ବୈଠକ କରିବାର ଆବଶ୍ୟକତା ରହିଛି । ଏନେଇ ନୀତିଶଙ୍କୁ ଅନୁରୋଧ ମଧ୍ୟ କରିଛି । ଆମର ଉଦ୍ଦେଶ୍ୟ ବିଜେପିକୁ କ୍ଷମତାର ବିତାଡିତ କରିବା । ମିଡ଼ିଆ, ମିଛ ଅପପ୍ରଚାର ଓ ଗୁଣ୍ଡାଗର୍ଦ୍ଦିକୁ ଆୟୁଧ କରି ବିଜେପି ହିରୋ ହୋଇଛି । ତେଣୁ ବିରୋଧୀ ମାନେ ଏକଜୁଟ୍ ହୋଇ ବିଜେପିକୁ ଜିରୋ କରିବୁ । ବିପକ୍ଷ ଦଳକୁ ନେଇ ମମତା କହିଛନ୍ତି ଆମ ମଧ୍ୟରେ ଅହଙ୍କାରର କୌଣସି ପ୍ରଶ୍ନ ଉଠୁନାହିଁ । ବିରୋଧୀ ଏକାଠି ଅଛନ୍ତି । ଏପରି ଏକା ବାର୍ତା ଦେବାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଆମ ଦର୍ଶନ ଏବଂ ଉଦ୍ଦେଶ୍ୟ ସ୍ପଷ୍ଟ ଆମେ ଏକାଠି ଲ ଲଢିବା ସୁନିଶ୍ଚିତ ।
ଶୂନ୍ୟ ହୋଇଯାଉ ବିଜେପି : ମମତା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











