ପଟ୍ଟାମୁଣ୍ଡାଇ(ସୌମ୍ୟକାନ୍ତ ସାହାଣୀ) : ପୋଖରୀରେ ବୁଡିଗଲେ ନାବାଳକ । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ସାନମଙ୍ଗ ଗାଁରେ ଘଟିଛି ଅଭାବନୀୟ ଘଟଣା । ଆଜି ସକାଳ ସମୟରେ ସାନମଙ୍ଗ ଗାଁର ରବିନ୍ଦ୍ର ଜେନାଙ୍କ ପୁଅ ସାଇ ପୋଖରୀରେ ଗାଧୋଇବା ସମୟରେ ବୁଡି ଯାଇଛନ୍ତି । ଶୁଦ୍ଧିକର୍ମ ପାଇଁ ବଙ୍ଗାଳୀ ପୋଖରୀରେ ଗାଧୋଉଥିବା ବେଳେ ଘଟିଛି ଅଭାବନୀୟ ଘଟଣା । ସାଇଙ୍କର ବୟସ ମାତ ୧୧ ବର୍ଷ । ପୋଖରୀରେ ବୁଡି ଯାଉଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ଆଳି ମେଡିକାଲ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
Views: 90











