The Ultimate Managed Hosting Platform
ADVERTISEMENT

ଶୀତ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ, ଗୃହ ୪ଟା ଯାଏଁ ମଲତବୀ

Facebook
Twitter
LinkedIn

ଭୁବନେଶ୍ୱର : ଆରମ୍ଭରୁ ଚାଲି ପାରୁନି ଶୀତ ଅଧିବେଶନ । ପ୍ରଶ୍ନକାଳ ପରେ ଶୂନ୍ୟ କାଳରେ ବି ହଙ୍ଗାମା ।ସମ୍ବିଧାନ ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି ବିଧାୟକ। ଫଳରେ ଗୃହକୁ ଦିନ ୪ଟା ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ବିଧାନସଭାରେ ରହିଥିବା ସମ୍ବିଧାନର ମୁଖବନ୍ଧରେ ସିକ୍ୟୁଲାର ଏବଂ ସୋସିଆଲିଷ୍ଟ ଶବ୍ଦ ନାହିଁ । କିନ୍ତୁ ଗତକାଲି ସୁପ୍ରିମକୋର୍ଟରେ ଏହି ଶବ୍ଦ ରଖିବାକୁ ନିର୍ଦ୍ଦେଶ ରହିଥିଲେ ସୁଦ୍ଧା ଏହି ସମ୍ବିଧାନକୁ ବଦଳାଇବାକୁ ଦାବି କରିଛି ବିରୋଧୀ ବିଜେଡି । ଏହାକୁ ନେଇ ବିଧାନସଭାରେ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ଏହା ପୂର୍ବରୁ ପ୍ରଶ୍ନକାଳରେ ମଧ୍ୟ ହୋହଲ୍ଲା କରିଥିଲେ ବିରୋଧୀ । ଉଭୟ ବିଜେଡି ଓ କଂଗ୍ରେସ ବିଧାୟକ ଅନାହାର ମୃତ୍ୟୁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ୍ କରିବା ସହ ପ୍ରବଳ ହଙ୍ଗାମା କରିଥିଲେ। ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ ବିରୋଧୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login