ଭୁବନେଶ୍ୱର : ଆଭ୍ୟନ୍ତରୀଣ ଓଡିଶାରେ ହାଡ ଭଙ୍ଗା ଶୀତ ଜାରି । ରାଉରକେଲା ୮.୨ , ଝାରସୁଗୁଡା ୮.୯ ଓ କେନ୍ଦୁଝରରେ ୧୦.୬ ଡିଗ୍ରୀ । ସମ୍ବଲପୁର ୧୧.୮, ହୀରାକୁଦ ୧୩, ଭୁବନେଶ୍ୱର ୧୩.୨ ଡିଗ୍ରୀ ରେକର୍ଡ । ଚଳିତ ବର୍ଷ ଜି.ଉଦୟଗିରି ପାଲଟିଛି ସବୁଠୁ ଥଣ୍ଡା ସହର । ସର୍ବନିମ୍ନ ତାପମାତ୍ରା ୩.୧ ଡ଼ିଗ୍ରୀ ରହିଛି। ୫.୫ ଡ଼ିଗ୍ରୀ ଶୀତରେ ଥରୁଛି ଫୁଲବାଣୀ। ଦାରିଙ୍ଗବାଡ଼ିରେ ୬ ଡ଼ିଗ୍ରୀ ଛୁଇଁଛି ପାରଦ । ସେହିପରି ମୟୂରଭଞ୍ଜ ଜିଲ୍ଲାରେ ଶୀତର ପ୍ରକୋପ ଅଧିକ ଅଛି । କପ୍ତିପଦା ଉପଖଣ୍ଡରେ ମଧ୍ୟ ଶୀତ ବେଶ ଅନୁଭୂତ ହେଉଛି । ଆସନ୍ତା ୬ରୁ ୭ ଦିନ ପର୍ୟ୍ୟନ୍ତ ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିବ । ଦିନର ସର୍ବୋଚ୍ଚ ତାପମାତ୍ରା ୨୯ ଡିଗ୍ରୀ ଓ ସର୍ବନିମ୍ନ ରାତି ତାପମାତ୍ରା ୧୨ ଡିଗ୍ରୀ ରହିବାର ପୂର୍ବାନୁମାନ କରାଯାଇଛି । ୧୦ ଡିଗ୍ରୀ ତଳେ ରହିଛି ୧୬ ସହରର ତାପମାତ୍ରା । ଅନୁଗୁଳ ଓ ଝାରସୁଗୁଡ଼ାରେ ଶୀତଲହରୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ
Views: 46











