ଭୁବନେଶ୍ୱର : ଅସହ୍ୟ ଶୀତରେ ଥରୁଛି ଓଡ଼ିଶା । ନୂଆବର୍ଷରେ ଆହୁରି ବଢିବ ଜାଡ଼ । ଉପକୂଳରୁ ଉପାନ୍ତ, ଉତ୍ତରରୁ ଦକ୍ଷିଣ ସବୁଠି ଶୀତର ପ୍ରକୋପ । ଅଧିକାଂଶ ସ୍ଥାନରେ ପାରଦ ତଳମୁହାଁ । ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି ଓ ହେମାଳ ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ଶୀତ ଓ ଘନ କୁହୁଡ଼ି ପାଇଁ ସକାଳ ୧୦ ଟା ପର୍ୟ୍ୟନ୍ତ ରାସ୍ତାରେ ଗାଡ଼ିମଟର ଚଳାଚଳ କମ ରହିଥିବା ଦେଖାଯାଇଛି । କୁହୁଡ଼ି ପାଇଁ ସୂର୍ୟ୍ୟଙ୍କ କିରଣ ମଧ୍ୟ ତେଜହୀନ ରହୁଥିବାରୁ ଶୀତ ଅଧିକ ଅନୁଭୁତ ହେଉଛି । ବଜାରଘାଟ ବି ଜନଶୂନ୍ୟ ହୋଇଯାଉଛି । ଥଣ୍ଡାରୁ ରକ୍ଷା ପାଇବାକୁ ଲୋକେ ନିଆଁ ଜାଳି ବସି ରହୁଥିବା ବେଳେ ଦେହମୁଣ୍ଡରେ ଗରମ ପୋଷାକ ପିନ୍ଧି ବାହାରୁଛନ୍ତି । ଚା ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି ।
Views: 69











