ଭୁବନେଶ୍ୱର : ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ମୁଖମନ୍ତ୍ରୀ ବସ ସେବା ବା ଏମବିଏସ । ଏ ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ସୂଚନା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ଆଲୋଚନା ସରିଛି । ପରିବହନ ବିଭାଗ ଯେମିତି କ୍ଷତି ସହିବନି ସେନେଇ ଆଲୋଚନା ହୋଇଛି । ୧୪୨୨ଟି ବସ ଯୋଗେ ସ୍କୁଲ ପିଲାଙ୍କୁ ମାଗଣା ସେବା ଯୋଗାଇ ଦିଆଯିବ । କେତେ ରୁଟରେ କେତେ ବସ ଚାଲିବ ତାହା ଓଏସଆରଟିସି ସ୍ଥିର କରିବ । ସ୍କୁଲକୁ ଯିବା ଆସିବା ପାଇଁ ସହଜରେ ଗମନାଗମନ ସୁବିଧା ଓ ଡ୍ରପ୍ ଆଉଟ ହ୍ରାସ ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ବସରେ ଯାତ୍ରା ବେଳେ ଛାତ୍ରଛାତ୍ରୀ ୟୁନିଫର୍ମ ବା ଆଇଡି କାର୍ଡ ପିନ୍ଧିବେ । ଉଭୟ ଏସି ଓ ନନ୍ ଏସି ବସ୍ ରେ ଏହି ସେବା ଲାଗୁ ହେବ ।
Views: 51











