ଭୁବନେଶ୍ୱର : ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା । ଥଣ୍ଡା ଜ୍ୱରରେ ଆକ୍ରାନ୍ତ ୧୪ ମାସ ଶିଶୁପୁତ୍ର ଭୋରରୁ ହସ୍ପିଟାଲ ଆସିଥିଲା । ଶିଶୁର ଦେହ ଖରାପ ଥିବାରୁ ସାଲିଆସାହିରୁ ଆସିଥିବା ପରିବାରଲୋକେ ତାକୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଘରକୁ ଫେରିଯାଇଥିଲେ । ରାତିରେ ପୁଣି ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପୁଣି ହସ୍ପିଟାଲ ଆଣିଥିଲେ । ଇଞ୍ଜେକସନ ଦେବା ପରେ ଶିଶୁ ପୁତ୍ରର ମୃତ୍ୟୁ ଅଭିଯୋଗ । ଚିକିତ୍ସା ଅବହେଳା ଦାୟୀ କରି ହସ୍ପିଟାଲ ପରିସରରେ ଉତ୍ତେଜନା ।
Views: 41











