The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଶିଶୁ ମହୋତ୍ସବ “ସୁରଭି” ଅନୁଷ୍ଠିତ।

Facebook
Twitter
LinkedIn

ବିଦ୍ୟାଳୟସ୍ତରରେ ପିଲାମାନଙ୍କର ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ସରକାର ଓ ଶିକ୍ଷ୍ୟା ବିଭାଗ ପକ୍ଷର ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମ
ଅନୁଷ୍ଠିତ କରାଯାଉଛି । ଏହି ଅବସରରେ ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଜାମଶୁଳି କ୍ଲଷ୍ଟର ଅନ୍ତର୍ଗତ

ଶ୍ରୀ ମଙ୍ଗଳା ଉ:ପ୍ରା ବିଦ୍ୟାଳୟ ଦନେଇପୁର ଓ ବେଲି କ୍କଷ୍ଟର ଅନ୍ତର୍ଗତ ଉପେନ୍ଦ୍ରନାଥ ସରକାରୀ ଉ:ପ୍ରା ବିଦ୍ୟାଳୟ ପରିସରରେ ୨୦୨୨ ସୁରଭି ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଦନେଇପୁର ଠାରେ ଅନୁଷ୍ଠିତ ସୁରଭି କାର୍ଯ୍ୟକ୍ରମ ରେ ଜାମଶୁଳି କ୍ଲଷ୍ଟରର ସିଆରସିସି ଭବାନୀ ଶଙ୍କର ମଣ୍ଡଳ ଅଦ୍ଧକ୍ଷତ୍ତା କରିଥିବା ବେଳେ ଅତିଥି ଭାବେ

ବସ୍ତା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ କୁମାର ଜେନା, ଓଡ଼ିଶା ପ୍ରାଇଡ ର ସଭାପତି ମାନସ ଦାସ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପଚନ୍ଦ୍ର ଧଳ, ସିଂଲା ପଞ୍ଚାୟତର ସରପଞ୍ଚ ବିପିନ ବିହାରୀ ବିଶ୍ଵାଳ, ଶିକ୍ଷକ ବିଜୟ କୁମାର ଜେନା, ଅନିରୁଦ୍ଧ ମଣ୍ଡଳ , ଅମୂଲ୍ୟ କୁମାର ପାତ୍ର,ବସନ୍ତ କୁମାର ଦାସ,ଗୟାମଣୀ ସାହୁ ବିଚାରକ ଓ ସ୍କୁଲ ପରିଚାଳନା କମିଟିର ସଭାପତି ହରିପଦ ସାହୁ ପ୍ରମୁଖ ଯୋଗ ଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିବା ବେଳେ,କୁମୁଦ କୁମାର ସେଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

ସେହିପରି ଉପେନ୍ଦ୍ରନାଥ ବିଦ୍ୟାଳୟରେ ସିଆରସିସି ସେକ ମୁସଲିମ ସଭାପତିତ୍ଵ କରିଥିବା ବେଳେ, ଅତିଥିଭାବେ ରଘୁନାଥପୁର ପଞ୍ଚାୟତର ସରପଞ୍ଚ ଅନନ୍ତ ବାରିକ, ଅବସର ପ୍ରାପ୍ତ ଶିକ୍ଷକ ଅଚ୍ୟୁତା ନନ୍ଦ ଗିରି,ରଘୁନାଥ ରାଉଳ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ମିଶ୍ର, ପରିଚାଳନା କମିଟିର ସଭାପତି ଅଞ୍ଜନ କୁମାର ଘୋଷ ପ୍ରମୁଖ ଉପସ୍ଥିତ ରହି ,ଶିଶୁ ମହୋତ୍ସବ ସୁରଭି ଉଦ୍ଦେଶ୍ୟରେ ଆଲୋକପାତ କରି କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିବା ବେଳେ, ଶିକ୍ଷକ ଚିନ୍ମୟ କୁମାର ନନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

କଟକ : ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ । ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ କହିଲେ ପୋଲିସ...

Login