The Ultimate Managed Hosting Platform
ADVERTISEMENT

ଶିଶୁପୁତ୍ରକୁ ମାରି ଟାଙ୍ଗିଦେଲା ବାପା

Facebook
Twitter
LinkedIn

ରାଉରକେଲା : ୫ ବର୍ଷର ଶିଶୁପୁତ୍ରକୁ ମାରି ଟାଙ୍ଗିଦେଲା ପିଶାଚ ବାପା । ଉଦିତନଗର ଥାନା ଶୀତଳପଡା ବସ୍ତିରେ ଅଭାବନୀୟ ଘଟଣା । ପାରିବାରିକ କଳିରୁ ବାପା ଏପରି କରିଥିବା ପୋଲିସର ସୂଚନା । ଅଭିଯୁକ୍ତ ବାପାକୁ ଅଟକ ରଖି ପୋଲିସର ପଚରାଉଚରା ।ସ୍ତ୍ରୀ ଘର ଛାଡି ପଳାଇବା ପରେ ପୁଅକୁ ମାରି ଟାଙ୍ଗିଥିବା ସୂଚନା ।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଶୀତଳପଡ଼ା ବସ୍ତିର ଜଣେ ବ୍ୟକ୍ତି ନିଜର ୫ ବର୍ଷର ଶିଶୁପୁତ୍ରକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରକୀୟା ପ୍ରୀତି ପାଇଁ ସ୍ତ୍ରୀ ଘର ଛାଡ଼ି ପଳାଇଯାଇଥିବାରୁ ଯାହାକୁ ନେଇ ସ୍ୱାମୀ ଟେନସନରେ ରହୁଥିଲେ। ଏହି କାରଣରୁ ସ୍ତ୍ରୀର ରାଗ ସେ ପୁଅ ଉପରେ ସାରିଥିବା କୁହାଯାଉଛି। ସମ୍ପୃକ୍ତ ବ୍ୟକ୍ତି ପୁଅକୁ ହତ୍ୟା କରି ଟାଙ୍ଗି ଦେଇଥିବା ଜଣାପଡ଼ିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login