ବାରିପଦା: ପୁଣି ଶିମିଳିପାଳ ପାଦଦେଶରୁ ୯ଟି ବନ୍ଧୁକ ଜବତ। ଶିମିଳିପାଳ ଅଭୟାରଣ୍ୟରୁ ଶିକାରୀ ଓ ଅସ୍ତ୍ରଶସ୍ତ୍ର ମୁକ୍ତ ଅଭିଯାନ କାର୍ୟ୍ୟକ୍ରମରେ ଚାଲିଥିବା ତଲାସୀ ଅଭିଯାନରେ ପୁଣି ୯ଟି ବନ୍ଧୁକ ଜବତ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ଏସପି ବି ଗଙ୍ଗାଧର ସୂଚନା ଦେଇଛନ୍ତି । ଏସପିଙ୍କ ନିର୍ଦ୍ଦେଶ କ୍ରମେ ଖୁଣ୍ଟା ଆଇଆଇସି ଲୋପାମୁଦ୍ରା ନାୟକଙ୍କ ନେତୃତ୍ୱରେ ଶିମିଳିପାଳ ପାଦଦେଶର ଗାଁଗୁଡିକରେ ଚଢାଉ ହୋଇଥିଲା । ତେବେ ଶିକାର ଉଦ୍ଦେଶ୍ୟରେ ଥିବା ବନ୍ଧୁକ ଜଙ୍ଗଲର ପରିତ୍ୟକ୍ତ ସ୍ଥାନରେ ଲୁଚାଇ ରଖାଯାଇଥିବା ବେଳେ ପୁଲିସ ୯ଟି ଦେଶୀ ବନ୍ଧୁକ ଜବତ କରିଛି । ସେଥିରୁ ୮ଟି ଦେଶୀ ବନ୍ଧୁକ ଓ ଗୋଟିଏ ଦେଶୀ ପିସ୍ତଲ ରହିଛି ।
Views: 81