ମୟୂରଭଞ୍ଜ : ଶିମିଳିପାଳରୁ ପୁଣି ଶିକାରୀ ଧରାଇଲା ଏଆଇ କ୍ୟାମେରା । ୫ ଜଣ ଶିକାରି ଠାବ ହୋଇଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି ଦକ୍ଷିଣ ଶିମିଳିପାଳ ବନବିଭାଗ । ସେମାନଙ୍କ ଠାରୁ ୫ଟି ଦେଶୀ ବନ୍ଧୁକ, ଗୋଟିଏ ହରିଣ ଶିଙ୍ଘ ଓ ଗୋଟିଏ ସମ୍ବର ସିଙ୍ଘ ଜବତ ହୋଇଛି । ଗିରଫ ଦୁଇ ଅଭିଯୁକ୍ତ କପ୍ତିପଦା ଥାନା ଅଞ୍ଚଳର ରାଜକିଶୋର ନାୟକ ଓ କାଳୀଚରଣ ଦେହୁରୀ । ୫ଜଣିଆ ଶିକାରୀ ଦଳ ଶିକାର ପାଇଁ ମାରଣାସ୍ତ୍ର ଧରି ଜଙ୍ଗଲକୁ ପଶିଥିବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ୨ଜଣ ଧରାପଡିଥିବାବେଳେ ୩ଜଣ ଖସି ପଳାଇଛନ୍ତି । ସୂଚନା ଅନୁସାରେ ଗତ ଡିସେମ୍ବରରେ ଏଆଇ କ୍ୟାମେରା ସହାୟତାରେ ୧୩ ଜଣ ଶିକାରୀ ଧରା ପଡିଥିଲେ ।
Views: 48