ବ୍ୟୁରୋ : ବର୍ତ୍ତମାନ ଚାଲିଛି ଶ୍ରାବଣ ମାସ । ଶ୍ରାବଣ ମାସ ମହାଦେବ ଶିବଙ୍କର ଅତି ପ୍ରିୟ ବୋଲି ଆପଣ ମାନେ ଜାଣିଥିବେ । ଶ୍ରାବଣ ମାସରେ କାଉଡିଆ ମାନେ ଜଳ ଲାଗି କରିଥାନ୍ତି । ଏହି ମାସର ସୋମବାରରେ ଶିବ ମନ୍ଦିର ଗୁଡିକରେ ଲାଗିଥାଏ କାଉଡିଆ ଭକ୍ତଙ୍କ ଭିଡ , ଜଳ ଲାଗି କରିଥାନ୍ତି ମହାଦେବଙ୍କ ପାଖରେ । ତେବେ ଶିବ ମନ୍ଦିରକୁ ଯିବା ପୂର୍ବରୁ ଆପଣ କଣ ଏହି ସବୁ ନିୟମ ଜାଣିଛନ୍ତି କି ? ଯଦି ଜାଣି ନାହାନ୍ତି ତେବେ ଜଣି ରଖନ୍ତ…
୧-ମହାଦେବ ହେଉଛନ୍ତି ତ୍ୟାଗର ପ୍ରତୀକ । ତେଣୁ କୈାଣସି ଜିନିଷ ହେଉ ବା ଖାଦ୍ୟ , ସେଥିରେ ଲୋଭ କରନ୍ତୁ ନାହିଁ । ମହାଦେବଙ୍କ ପାଖରେ ସୋମବାରରେ ପୂଜା କରିଥିବା ପ୍ରସାଦକୁ ବାଣ୍ଟି ଦିଅନ୍ତୁ । ସେହି ପ୍ରସାଦକୁ ଗୋମାତାଙ୍କୁ ଦେବେ ଆଉ ଛୋଟ ଛୋଟ ପିଲା ମାନଙ୍କୁ ବାଣ୍ଟି ଦେବେ । ଘରକୁ ଯଦି କେବଳ ବେଲପତ୍ର ପାଦୁକା ଟିକେ ଆଣୁଛନ୍ତି ସେତିକି ଯଥେଷ୍ଟ । ନିଜ ମନରୁ ଲୋଭ ତ୍ୟାଗ କରିଦେଲେ ଭଗବାନ ଶିବ ଆପଣଙ୍କ ଉପରେ ପ୍ରସନ୍ନ ହେବେ ।
୨- ସବୁଠୁ ମୁଖ୍ୟ କଥା ଯଦି ଆପଣ ସୋମବାର ଦିନ ମନ୍ଦିର ଯିବେ ତେବେ ରବିବାରରେ ଆମିଷ ଖାଇବେ ନାହିଁ । ମହାଲକ୍ଷ୍ମୀ ପୁରାଣରେ ରବିବାର ଦିନ ଆମିଷ ଖାଇବାକୁ ମଧ୍ୟ ବାରଣ କରାଯାଇଛି । ଯେଉଁ ମାନେ ସୋମବାର ଦିନ ବ୍ରତ କରୁଥିବେ ସେମାନେ ରବିବାର ଦିନ ହବିଷ ଖାଇବେ । ଅର୍ଥାତ ଗୋଟିଏ ଥର ଖାଦ୍ୟ ଖାଇବେ ।
୩-ମନ୍ଦିରକୁ ଯିବା ପୂର୍ବରୁ ସ୍ନାନ କରିବା ସମୟରେ ପାଣିରେ ଗଙ୍ଗାଜଳ , ଗୋମୂତ୍ର ମିଶାଇ ସ୍ନାନ କଲେ ଶରୀର ପବିତ୍ର ହୋଇଥାଏ । ଯଦି ଏସବୁ କିଛି ବି ନାହିଁ ତେବେ ସ୍ନାନ ମନ୍ତ୍ର କରି ସ୍ନାନ କରି ପାରିବେ ।
୪-ସୋମବାର ଦିନ ଯେଉଁ ବସ୍ତ୍ର ପିନ୍ଧିକି ଯିବେ ସେହି ବସ୍ତ୍ର ଧୁଆ ବସ୍ତ୍ର ହୋଇଥିବା ଦରକାର । ପୁରୁଷ ମାନେ ଧଳା ବସ୍ତ୍ର ଏବଂ ମହିଳା ମାନେ ଲାଇଟ କଲର ବସ୍ତ୍ର ପିନ୍ଧିବା ଶୁଭ ହୋଇଥାଏ ।
୫-ଯଦି ଆପଣଙ୍କର ପାଦରେ କିଛି ଅସୁବିଧା ନାହିଁ ତେବେ ଖାଲି ପାଦରେ ପ୍ରସାଦ ନେବା ପାଇଁ ଚେଷ୍ଟା କରିବେ । ଖାଲି ପାଦରେ ପ୍ରସାଦ ନେଇ ଗଲେ ଭଲ ।
୬- ବଡ କଥା ମହାଦେବଙ୍କ ପାଖକୁ ପ୍ୟାକେଟ କ୍ଷୀର କେବେ ବି ନେବେ ନାହିଁ । ଅନ୍ୟ ପଟେ ଯଦି ଗାଇ ଛୁଆ ଦେଇଛି ତେବେ ୨୧ ଦିନ ନ ହେବା ଯାଏଁ ସେହି କ୍ଷୀର ମହାଦେବଙ୍କ ପାଖକୁ ଯିବ ନାହିଁ । ଯଦି କୈାଣସି ଗାଇର ଛୁଆ ହେବା ମାତ୍ରେ ମୃତ୍ୟୁ ବରଣ କରିଛି ତେବେ ସେହି ଗାଇର କ୍ଷୀର ମନ୍ଦିରକୁ ନେବେ ନାହିଁ ।
୭-ଗୁଆ ଘିଅର ଦୀପ ଆପଣ ମହାଦେବଙ୍କ ପାଖରେ ଜଳେଇବେ । ବାହାରେ ମିଳୁଥିବା ଘିଅରେ ଅନେକ ପ୍ରକାର ପଦାର୍ଥ ମିଶ୍ରଣ ହୋଇଥାଏ ।
୮-ମହାଦେବଙ୍କ ଲିଙ୍ଗରେ ଘର୍ଷଣ ହେଉଥିବା ଜିନିଷ ମାନଙ୍କ ମଧ୍ୟରୁ ଯାହା ଆପଣଙ୍କ ପାଇଁ ସୁବିଧା ହେବ ସେହି ସବୁ ଜିନିଷ ନେଇ ଯାଇ ପାରିବେ ।
୯- ଶିବ ମନ୍ଦିରକୁ ଗଲା ବେଳେ ନଡିଆ ବା ଶ୍ରୀଫଳ ନିଶ୍ଚୟ ନେବେ । ସେପଟେ ପତ୍ର ମାନଙ୍କ ମଧ୍ୟରେ ସମୀପତ୍ର ଓ ବେଲ ପତ ଭଗବାନ ଶିବଙ୍କ ଅତ୍ୟନ୍ତ ପ୍ରିୟ । ବେଲ ପତ୍ର ୫ ,୭ ,୧୦୮, ୨୧ ଟି ନିଶ୍ଚୟ ନେବା ପାଇଁ ଚେଷ୍ଟା କରିବେ । ନନା ମହାଦେବଙ୍କୁ ବେଲପତ୍ର ଅର୍ପଣ ସମୟରେ ଆପଣ ହାତ ଯୋଡି ଛିଡା ହୋଇ ଶିବଙ୍କ ମନ୍ତ୍ର ଜପ କରନ୍ତୁ । ମନ୍ତ୍ର ସମୟରେ ଦାନ୍ତ ସ୍ପର୍ଶ କରିବ ନାହିଁ ।
ମହାଦେବ ଶିବ ଭଗବାନଙ୍କୁ ଆପଣ ଯଦି ନିଷ୍ଠାର ସହ ପ୍ରାର୍ଥନା କରିବେ ଅର୍ଥାତ ମନ ଭିତରୁ ସ୍ମରଣ କରିବେ ତେବେ ଆପଣଙ୍କର ମନସ୍କାମନା ନିଶ୍ଚୟ ପୂରଣ ହେବ । ମହାଦେବ ତାଙ୍କ ଭକ୍ତ ମାନଙ୍କ ଇଚ୍ଛା , ମନସ୍କାମନା ପୂରଣ କରିଥାନ୍ତି ।
ଶିବ ମନ୍ଦିର ଯିବା ପୂର୍ବରୁ ଜାଣି ରଖନ୍ତୁ ଏସବୁ ନିୟମ ..

Facebook
Twitter
LinkedIn
Facebook
Twitter
LinkedIn
Recent News
ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯
ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା
ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ
ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା
ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...