ଅସ୍ତରଙ୍ଗ : ଲୁଟେରାଙ୍କ ଟାର୍ଗେଟରେ ଏବେ ମନ୍ଦିର । ଗତକାଲି ବିଳମ୍ବିତ ରାତ୍ରିରେ ଅସ୍ତରଙ୍ଗ ଅଞ୍ଚଳର କୁଉଁରପୁର ଗାଁର କଳ୍ପେଶ୍ବର ଶିବ ମନ୍ଦିରରୁ ଚୋରୀ ହୋଇଥିବା ଅସ୍ତରଙ୍ଗ ଥାନାରେ ଅଭିଯୋଗ ହୋଇଛି । ଦୁବୃର୍ତ୍ତମାନେ ମନ୍ଦିରର ଦକ୍ଷିଣ ପାର୍ଶ୍ବରେ ରହିଥିବା ଗେଟର ତାଲା ଭାଙ୍ଗି ମନ୍ଦିର ମଧ୍ୟକୁ ପ୍ରବେଶ କରି ମନ୍ଦିରର ଗର୍ଭ ଗୃହର ତାଲା ଭାଙ୍ଗି ସେଠାରୁ ଘଣ୍ଟ, ଘଣ୍ଟା, ମାଇକ ମେସିନ, ରୂପା ଅଳଙ୍କାର ସହିତ ଦାନ ବାକ୍ସକୁ ଭାଙ୍ଗି ସେଥିରୁ ଟଙ୍କା ଲୁଟି ନେଇଥିବା ଜାଣିବାକୁ ମିଳିଛି । ଏସମ୍ପର୍କରେ ମନ୍ଦିର ପୂଜକ ଅସ୍ତରଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିବା ବେଳେ ଅସ୍ତରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚୋରୀ ହୋଇଥିବା ସ୍ଥାନରେ ତଦନ୍ତ ଆରମ୍ଭ କରିଛି । ଦୁବୃର୍ତ୍ତମାନେ ସାଙ୍ଗରେ ଆଣିଥିବା ଏକ ଶାବଳକୁ ଛାଡି ଚାଲିଯାଇଥିବା ବେଳେ ଅନେକ ସାମଗ୍ରୀ ଲୁଟି ନେଇଛନ୍ତି । ପୂର୍ବରୁ ଏହି ମନ୍ଦିରରୁ ଦୁଇଥର ଚୋରୀ ହୋଇଥିବା ବେଳେ ଏଥରକୁ ମିଶାଇ ତିନିଥର ଚୋରୀ ହୋଇଛି ।
Views: 62











