ବ୍ୟୁରୋ : ୨୦୨୪ ପାଇଁ ନିଜର ରଣନୀତି ପ୍ରସ୍ତୁତ କରୁଛି ସମାଜବାଦୀ ପାର୍ଟି । ଆସନ୍ତା ଲୋକସଭା ନିର୍ବାଚନ ପାଇଁ ମାନଓ ମନ୍ଥନ ଏବେଠୁ ଆରମ୍ଭ କରି ସାରିଛି । ବର୍ତ୍ତମାନ ଶିବପାଲ ଯାଦବଙ୍କ ବଡ ବୟାନ ଏବେ ସମସ୍ତଙ୍କୁ ଚକିତ କରିଛି । ୨୦୨୪ ସାଧାରଣ ନିର୍ବାଚନ କୁ ନେଇ ସମାଜବାଦୀ ପାର୍ଟି (ଏସପି) ର ବୈଠକକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହା ପରେ ଶିବପାଲ ଯାଦବ ଏକ ବଡ ବିବୃତ୍ତି ଦେଇ କହିଛନ୍ତି ଯେ ୟୁପିରେ ଏସପି ୫୦ ଟି ଲୋକସଭା ଆସନ ଜିତିବ। କୋଲକାତାରେ ସମାଜବାଦୀ ପାର୍ଟିର କାର୍ୟ୍ୟନିର୍ବାହୀ ବୈଠକ ଶେଷ ହେବା ପରେ ଦଳର ନେତା ଶିବପାଲ ଯାଦବ ଏକ ବଡ଼ ଦାବି କରିଛନ୍ତି। ଶିବପାଲ ଯାଦବ କହିଛନ୍ତି ଯେ ୨୦୨୪ ମସିହାରେ ତାଙ୍କ ଦଳ ୟୁପିରେ ୫୦ ଟି ସଂସଦୀୟ ଆସନ ଜିତିବ। ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ସର୍ବାଧିକ ଧ୍ୟାନ ୟୁପି ଉପରେ ରହିଛି। ୮୦ ଟି ସଂସଦୀୟ ଆସନ ସହିତ ଏହି ରାଜ୍ୟରେ ସମସ୍ତେ ଏକ ବଡ ବିଜୟ ଦାବି କରୁଛନ୍ତି।
ଶିବପାଲ ଯାଦବ କହିଛନ୍ତି ଯେ ଏହି ସଭାରେ ୨୦୨୪ ନିର୍ବାଚନ ପାଇଁ ମାନସମନ୍ଥନ ହୋଇଛି । ୨୦୨୪ ରେ, ଆମେ ଉତ୍ତରପ୍ରଦେଶରୁ ଅତି କମରେ ୫୦ ଟି ସିଟ୍ ଜିତିବୁ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଭଲ କଥାବାର୍ତ୍ତା ହୋଇଥିଲେ। ସଂଗଠନକୁ ମଜବୁତ କରିବା ଏବଂ ୟୁପିରେ ୫୦ ଟି ସିଟ୍ ଜିତିବା ପାଇଁ ପ୍ରସ୍ତୁତି ଚାଲିଛି।
ଶିବପାଲ ଯାଦବଙ୍କ ବିଜେପିକୁ ଟାର୍ଗେଟ , କହିଲେ ୨୦୨୪ରେ ୟୁପିରେ୫୦ ଟି ସିଟ୍ ଜିତିବ ଦଳ

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...