ରସୁଲପୁର: ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ଜଣେ ଶିକ୍ଷକଙ୍କୁ ୫ଟି ଶ୍ରେଣୀ । ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ । ଟାୟାର ଜାଳି କରୁଛନ୍ତି ବିକ୍ଷୋଭ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ସରକାର । ଜଣେ ମାତ୍ର ଶିକ୍ଷକରେ ଆମେ ପାଠ ପଢିବୁ କେମିତି ? ସରକାର ଆମ ଭବିଷ୍ୟତ ସହ କାହିଁକି ଖେଳୁଛନ୍ତି ?ଆମେ କି ଦୋଷ କରିଛୁ ? ପାଞ୍ଚଟି ଶ୍ରେଣୀକୁ ଗୋଟିଏ ଶିକ୍ଷକ । ଏମିତି ଅଭିଯୋଗ ନେଇ ସ୍କୁଲ ସମ୍ମୁଖରେ ବିକ୍ଷୋଭ କରୁଛନ୍ତି ଗୋପାଳପାଟଣା ସ୍କୁଲର ଛାତ୍ରଛାତ୍ରୀ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ପହଙ୍ଗା ପଞ୍ଚାୟତ ଗୋଳପାଟଣା ଗ୍ରାମର ଗୋପାଳ ପାଟଣା ବିଦ୍ୟାଳୟରେ ପଢୁଛନ୍ତି ୫୦ ଜଣ ଛାତ୍ରଛାତ୍ରୀ । ପଚାସ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ୟ୍ୟନ୍ତ ଅଧ୍ୟୟନ କରୁଥିବା ବେଳେ ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷକ ନିୟୋଜିତ ଅଛନ୍ତି। ଗ୍ରାମର ଅଭିଭାବକ ମାନେ ପିଲା ମାନଙ୍କୁ ଧରି ବିଦ୍ୟାଳୟ ସମ୍ମୁଖରେ ପାଠ ପଢେଇ ଥିଲେ । ଶିକ୍ଷକ ଦାବୀରେ ଟାୟାର ଜାଳି ରାସ୍ତାରୋକ ମଧ୍ୟ କରାଯାଇଥିଲା।ଶିକ୍ଷକ ଅଭାବ ଯୋଗୁ ପିଲାମାନଙ୍କ ପାଠ ପଢାରେ ବ୍ୟାହତ ସୃଷ୍ଟି ହେଉଥିବା ନେଇ ବାରମ୍ବାର ଅଭିଯୋଗ କରିଥିବା ବେଳେ କୌଣସି ସୁଫଳ ନମିଳିବାରୁ ଛାତ୍ର ଛାତ୍ରୀ ମାନଙ୍କ ସହିତ ଅଭିଭାବକମାନେ ମଧ୍ୟ ରାଜ ରାସ୍ତାକୁ ଓଲାଇଛନ୍ତି। ଯୋକଡିଆ କୁଆଖିଆ ଓ ଯାଜପୁର ରୋଡର ମୁଖ୍ୟ ରାସ୍ତା ଅବରୋଧ କରିବା ଦ୍ବାରା, ଦୁଇ ଘଣ୍ଟା ଧରି ଯାତାୟାତ ଠପ୍ ହୋଇଥିଲା।ତେବେ ସଙ୍ଗେ ସଙ୍ଗେ ନୂତନ ଶିକ୍ଷକ ନିୟୋଜିତ ନେଇ ବ୍ଲକ ଏଜୁକେସନ୍ ଅଫିସରୁ ଫୋନ୍ ଆସିବା ପରେ ଛାତ୍ର ଛାତ୍ରୀ ମାନେ ଆନ୍ଦୋଳନରୁ ଓହରିଥିଲେ।
ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ଶିକ୍ଷକ ଅଭାବରୁ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

Facebook
Twitter
LinkedIn
Facebook
Twitter
LinkedIn
Recent News
ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ରେଜିଷ୍ଟ୍ରେସନ ଓ ଲାଇସେନ୍ସ
ଭୁବନେଶ୍ୱର : ଟ୍ରାଫିକ ନିୟମ ଉଲଂଘନ କରୁଥିଲେ ସାବଧାନ । ବାତିଲ ହେବ ଗାଡି ରେଜିଷ୍ଟ୍ରେସନ ଲାଇସେନ୍ସ । ବ୍ଲାକ୍ ଲିଷ୍ଟ ହୋଇପାରେ ଆପଣଙ୍କ ଗାଡ଼ି ।...
ଗୁଜୁରାଟରେ ସବୁ ମନ୍ତ୍ରୀଙ୍କ ଇସ୍ତଫା
ଗୁଜୁରାଟ : ଗୁଜୁରାଟରେ ମୁଖ୍ୟମନ୍ତ୍ରୀଙ୍କୁ ଛାଡି ସବୁ ମନ୍ତ୍ରୀଙ୍କ ଇସ୍ତଫା । ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟପାଳ । ଆଜି ରାତିରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ...
୧୭୦ ନକ୍ସଲଙ୍କ ଆତ୍ମସମର୍ପଣ
ଛତିଶଗଡ : ଛତିଶଗଡରେ ୧୭୦ ନକ୍ସଲଙ୍କ ଆତ୍ମସମର୍ପଣ । ଏକ୍ସରେ ସୂଚନା ଦେଲେ ଗୃହ ମନ୍ତ୍ରୀ ଅମିତ ଶାହା । ନକ୍ସଲବାଦ ବିରୋଧରେ ବଡ ସଫଳତା କହିଲେ...
ସ୍କର୍ପିଓ-ଟ୍ରେଲର ମୁହାଁମୁହିଁ ଧକ୍କା ; ୪ ଜଣଙ୍କର ଚାଲିଗଲା ଜୀବନ
ରାଜସ୍ଥାନ : ରାଜସ୍ଥାନର ବାଲୋତ୍ରାର ସିନ୍ଦାରି ଥାନା ସୀମା ଅନ୍ତର୍ଗତ ସଦା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି ।...