ରସୁଲପୁର: ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ଜଣେ ଶିକ୍ଷକଙ୍କୁ ୫ଟି ଶ୍ରେଣୀ । ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ । ଟାୟାର ଜାଳି କରୁଛନ୍ତି ବିକ୍ଷୋଭ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ସରକାର । ଜଣେ ମାତ୍ର ଶିକ୍ଷକରେ ଆମେ ପାଠ ପଢିବୁ କେମିତି ? ସରକାର ଆମ ଭବିଷ୍ୟତ ସହ କାହିଁକି ଖେଳୁଛନ୍ତି ?ଆମେ କି ଦୋଷ କରିଛୁ ? ପାଞ୍ଚଟି ଶ୍ରେଣୀକୁ ଗୋଟିଏ ଶିକ୍ଷକ । ଏମିତି ଅଭିଯୋଗ ନେଇ ସ୍କୁଲ ସମ୍ମୁଖରେ ବିକ୍ଷୋଭ କରୁଛନ୍ତି ଗୋପାଳପାଟଣା ସ୍କୁଲର ଛାତ୍ରଛାତ୍ରୀ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ପହଙ୍ଗା ପଞ୍ଚାୟତ ଗୋଳପାଟଣା ଗ୍ରାମର ଗୋପାଳ ପାଟଣା ବିଦ୍ୟାଳୟରେ ପଢୁଛନ୍ତି ୫୦ ଜଣ ଛାତ୍ରଛାତ୍ରୀ । ପଚାସ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ୟ୍ୟନ୍ତ ଅଧ୍ୟୟନ କରୁଥିବା ବେଳେ ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷକ ନିୟୋଜିତ ଅଛନ୍ତି। ଗ୍ରାମର ଅଭିଭାବକ ମାନେ ପିଲା ମାନଙ୍କୁ ଧରି ବିଦ୍ୟାଳୟ ସମ୍ମୁଖରେ ପାଠ ପଢେଇ ଥିଲେ । ଶିକ୍ଷକ ଦାବୀରେ ଟାୟାର ଜାଳି ରାସ୍ତାରୋକ ମଧ୍ୟ କରାଯାଇଥିଲା।ଶିକ୍ଷକ ଅଭାବ ଯୋଗୁ ପିଲାମାନଙ୍କ ପାଠ ପଢାରେ ବ୍ୟାହତ ସୃଷ୍ଟି ହେଉଥିବା ନେଇ ବାରମ୍ବାର ଅଭିଯୋଗ କରିଥିବା ବେଳେ କୌଣସି ସୁଫଳ ନମିଳିବାରୁ ଛାତ୍ର ଛାତ୍ରୀ ମାନଙ୍କ ସହିତ ଅଭିଭାବକମାନେ ମଧ୍ୟ ରାଜ ରାସ୍ତାକୁ ଓଲାଇଛନ୍ତି। ଯୋକଡିଆ କୁଆଖିଆ ଓ ଯାଜପୁର ରୋଡର ମୁଖ୍ୟ ରାସ୍ତା ଅବରୋଧ କରିବା ଦ୍ବାରା, ଦୁଇ ଘଣ୍ଟା ଧରି ଯାତାୟାତ ଠପ୍ ହୋଇଥିଲା।ତେବେ ସଙ୍ଗେ ସଙ୍ଗେ ନୂତନ ଶିକ୍ଷକ ନିୟୋଜିତ ନେଇ ବ୍ଲକ ଏଜୁକେସନ୍ ଅଫିସରୁ ଫୋନ୍ ଆସିବା ପରେ ଛାତ୍ର ଛାତ୍ରୀ ମାନେ ଆନ୍ଦୋଳନରୁ ଓହରିଥିଲେ।
ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ଶିକ୍ଷକ ଅଭାବରୁ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











