The Ultimate Managed Hosting Platform
ADVERTISEMENT

ଶିକ୍ଷାକୁ ଗ୍ରାସିଛି କରୋନା

Facebook
Twitter
LinkedIn

ସାରା ଦେଶରେ କରୋନାର ଭୟ | ଯେତେବେଳେ ଲାଗୁଛି କରୋନା ସଂକ୍ରମଣ ଟିକେ କମିବାକୁ ଲାଗୁଛି ପୁଣି ଆଉ କେତେବେଳେ କରୋନା ତାର ଗତି ବଦଳାଇ ନୂଆ ଏକ ତାଣ୍ଡବ ରଚୁଛି | ସଂକ୍ରମଣର ଭୟ ମଧ୍ୟ ରହୁଛି | ସାମାଜିକ ଦୂରତା ରକ୍ଷା କରିବା ହେଉ କି ମୁହଁରେ ମାସ୍କ ଭିଡା କି ହାତରେ ସାନିଟାଇଜର ଲଗେଇବା ହେଉ ଆମେ ଯେତିକି ଏସବୁ କଲେ ବି କିନ୍ତୁ ସଂକ୍ରମଣ ଭୟ ପିଛା ଛାଡ଼ୁନି | ତେବେ ଆମ ସମାଜରେ ଗୋଟେ ଭୟର ବାତାବରଣ ଖେଳି ଯାଇଛି | ଆତ୍ମୀୟ କେତେବେଳେ ପର ହେଉଛନ୍ତି ତ ଆଉ ପର ବି ହୀନ ବ୍ୟବହାର | ଆଗରୁ ଥଣ୍ଡା,ଜ୍ୱର, କାଶ ହେଲେ ଲୋକମାନେ ସେତେ ଭୟଭୀତ ହେଉନଥିଲେ କିନ୍ତୁ ଏବେ ଟିକେ ଥଣ୍ଡା ଜ୍ୱର ହେଲେ ଚିନ୍ତା ମାଡି ବସୁଛି | ଯଦି କାହାର ରିପୋର୍ଟ ପଜେଟିଭ ଆସୁଛି ସେମାନେ ଭୟରେ ଆପଣା ଛାଏ ହୃଦଘାତରେ ପ୍ରାଣ ହରାଉଛନ୍ତି | ଆଉ ଯିଏ ଦୃଢ ମନୋବଳ ରଖୁଛି ସେ ସୁସ୍ଥ ହୋଇ ଘରକୁ ଫେରୁଛି | ନିକଟରେ ସବୁ ଗଣମାଧ୍ୟମରେ ପ୍ରସାର ହୋଇଥିଲା ଡାକ୍ତର କହୁଛନ୍ତି ଅତ୍ୟଧିକ ଅସୁସ୍ଥ ନ ଲାଗିଲେ ହସ୍ପିଟାଲ ବିଲକୁଲ ଆସନ୍ତୁନି କାରଣ ସଂକ୍ରମଣ ବ୍ୟାପିବାରେ ଲାଗିଛି | କିନ୍ତୁ ଅମାନିଆ ଲୋକ କଣ ବୁଝୁଛନ୍ତି | ଓଲଟା ସଭାସମିତି ହେଉ କି ନିର୍ବାଚନ ପ୍ରଚାର ସବୁଠି ଜନ ଗହଳି ଜାରି ରହୁଛି | ଏବଂ କୋଭିଡ କଟକଣା ଯେମିତି ଫୁ ମାରୁଛି | କେହି କେହି କୁହନ୍ତି କୋଭିଡ କଟକଣା କେବଳ ଶିକ୍ଷା ଉପରେ ଲାଗିଛି ନିର୍ବାଚନ ଉପରେ ନୁହେଁ | ଯେଉଁଠି ନିର୍ବାଚନ ପ୍ରସାର ପ୍ରଚାର ପାଇଁ ପାଞ୍ଚ ଜଣ ଲୋକ ବୁଲିପାରିବେ ସେଠି ଆଜିବି ଅନେକ ଜାଗାରେ ସହ ସହ ଲୋକ ନିର୍ବାଚନ ପ୍ରସାର ପ୍ରଚାରରେ ଲାଗିଯାଇଛନ୍ତି | ସଭାସମିତି ମଧ୍ୟ ହେଉଛି | ଏସବୁ ଦିଗରେ ପୋଲିସ ଯଦି କଡା ସୁରକ୍ଷା କରନ୍ତେ ତେବେ ଲୋକଙ୍କର ସାହସ ମଧ୍ୟ ହୁଅନ୍ତାନି କେବଳ ଶିକ୍ଷା ଉପରେ କଟକଣା ଲାଗିଛି ବୋଲି କହିବାକୁ | ଆଇନକୁ ଆହୁରି କୋହଳ କରାଯାଉ | ଗାଁ ମାନଙ୍କର ପ୍ରତ୍ୟେକ ଗଳି କନ୍ଧିରେ ପୋଲିସ ଫୋର୍ସ ମୃତୟନ କରାଯାଉ |
ଅନ୍ୟ ପଟରେ କରୋନା କାଳରେ ଶିକ୍ଷା କାଳ ହେବାକୁ ଲାଗିଲାନି | ଯାହାଦ୍ୱାରା ଆମ ଦେଶର ଶିକ୍ଷାକ୍ଷେତ୍ର ଉପରେ ବହୁତ ଗୁଡିଏ ପ୍ରଭାବ ପଡିବା ଆରମ୍ଭ ହୋଇଗଲାଣି | ପିଲା ଇଣ୍ଟରନେଟରେ ପାଠ ପଢିବା କଥା କହି ଗୋଟେ ଗୋଟେ ମୋବାଇଲ ତ କିଣୁଛନ୍ତି କିନ୍ତୁ ସେହି ମୋବାଇଲର ଦୂରୁପଯୋଗ କରୁଛନ୍ତି | ମୋବାଇଲରେ ଗେମ ଖେଳିବା | ଇନଷ୍ଟାଗ୍ରାମରେ ରିଲସ ଭିଡ଼ିଓ କରିବା ଫୋଟ ଉଠେଇବା ଭଳି କାର୍ଯ୍ୟରେ ଲାଗିପଡ଼ନ୍ତି ଆଉ ବେଳେବେଳେ ଘର ଲୋକମାନେ ଯେତେବେଳେ କୁହନ୍ତି ଯାଉନୁ କ୍ଲାସ କରିବୁ ପିଲାର ନାଲି ଆଖି ମଧ୍ୟ ଦେଖିବାକୁ ମିଳିଥାଏ | କେତେବେଳେ କେଉଁ ପିଲା କଣ କରେ ତାହା କହିବା ବି ମୁସ୍କିଲ ହୋଇପଡୁଛି | ଗ୍ରାମାଞ୍ଚଳ ମାନଙ୍କରେ ମଧ୍ୟ କେଉଁଠି ନେଟୱର୍କ ରହୁଛି ତ ରହୁନି ତେଣୁ ଅନଲାଇନ କ୍ଲାସ ଶ୍ରେଣୀଗୃହରେ ଶିକ୍ଷାଦାନ ଦେଉଥିବା ଭଳି ଶିକ୍ଷା ଗ୍ରହଣୀୟ ହୋଇପାରୁନି ସାର,ମାଡାମ ସମସ୍ତେ ଭଲ ପାଠ ପଢ଼ନ୍ତି କିନ୍ତୁ ପିଲା ଭିଡ଼ିଓକୁ ମିଉଟ୍ କରି ଅଲଗା ଆଡେ ଗେମ ଖେଳୁଥିବେ କି ଆଉ କେଉଁ କାର୍ଯ୍ୟରେ ଲାଗିପଡୁଥିବେ | ତେଣୁ ଅନଲାଇନ ପାଠପଢା ସେତେ ପ୍ରଭାବଶାଳୀ ନୁହେଁ | ଯଦି ଏହିଭଳି ଭାବରେ ଆମ ଦେଶରୁ ସଂକ୍ରମଣ ଯଦି ନ ଯାଏ ତେବେ କଣ ଏମିତି ସ୍କୁଲ ବନ୍ଦ ରହିବ ପିଲା ମୂର୍ଖ ହେବେ ଏଥିପାଇଁ କେହି ଦାୟୀ ନୁହଁନ୍ତି ଅବଶ୍ୟ କିନ୍ତୁ ସରକାର ବି ଆମ ଦେଶର ଭବିଷ୍ୟତ ମାନଙ୍କ କଥା ଚିନ୍ତା କରି ସ୍କୁଲ ଖୋଲିବା ଉଚିତ | ଦିନ ଛାଡି ଦିନେ କ୍ଲାସ କରେଇବା ଉଚିତ | କାରଣ ସ୍କୁଲରେ କ୍ଲାସ ହେଲେ ପିଲା ପଢିବେ ତା ଆରଦିନକୁ ପଛେ ଅନଲାଇନ କ୍ଲାସ ଆଉ ତା ପରଦିନ ସ୍କୁଲରେ କ୍ଲାସ | ଏହିଭଳି ହେଲେ ଭଲ ହୁଅନ୍ତା ପିଲାବି ପାଠ ପଢନ୍ତେ ସାମାଜିକ ଦୂରତାକୁ ରକ୍ଷା କରିକି | ଉଦାହରଣସ୍ୱରୂପ ଦିନେ ଅଷ୍ଟମ ଆଉ ଦିନେ ନବମ ଶ୍ରେମୀ ଖୋଲନ୍ତା ଏହିଭଳି ଭାବରେ ସବୁ ବର୍ଗର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶିକ୍ଷାଦାନର ନିର୍ଦ୍ଧିଷ୍ଟ ସମୟ ନିର୍ଦ୍ଧାରିତ କରି କ୍ଲାସ ହୁଅନ୍ତା ଯଦି ଭଲ ହୁଅନ୍ତା | ନଚେତ ଆଗାମୀ ଦିନରେ ଆମ ଦେଶରେ ନିଯୁକ୍ତି କ୍ଷେତ୍ରରେ ବହୁତ ବାଧା ଉପୁଜିବାର ସମ୍ଭାବନା ରହିବ | ଆଗରୁ ଲକଡାଉନ ପାଇଁ ବହୁତ ଆମ ଦେଶର ଅର୍ଥନୀତି ଏବଂ ନିଯୁକ୍ତି କ୍ଷେତ୍ରରେ ବହୁ କ୍ଷତିଗ୍ରସ୍ତ ହୋଇଛି | ବିଶେଷକରି ଧନୀ, ଗରିବ, ମଧ୍ୟବିତ୍ତ ପରିବାର ସମସ୍ତେ ଚାପରେ ରହିଛନ୍ତି | ଏବଂ ଅନେକ ଶିଳ୍ପର ନିଯୁକ୍ତି ହ୍ରାସ ପାଇଛି ଯେପରିକି ମନୋରଞ୍ଜନ ଦୁନିଆ, ପରିବହନ, ହସ୍ପିଟାଲ ଆଦି କ୍ଷେତ୍ରରେ ସମସ୍ତେ ବହୁତ ବ୍ୟାପକ ଭାବରେ ପ୍ରଭାବିତ ହୋଇଛନ୍ତି |
ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଯଦି ଏହିଭଳି ଭାବରେ ବର୍ଷେ ବର୍ଷେ ବନ୍ଦ ରୁହେ | ତେବେ ପିଲା କେବଳ ମୋବାଇଲକୁ ଚିନ୍ହିବେ ବହିକୁ ନୁହେଁ | ସେ ପୁଣି ମୋବାଇଲରେ ଥିବା ଗେମକୁ | କିଛି ପିଲା ଇଣ୍ଟେର୍ନେଟର ସଦୁପଯୋଗ କରୁଥିବା ବେଳେ ଆଉ କିଛି ପିଲା ଦୁରୂପଯୋଗ କରୁଛନ୍ତି | ତେଣୁ ସରକାର ଏସବୁ ଦିଗରେ ଯଦି ଧ୍ୟାନ ଦେଇ କିଛି ଉଚିତ ପଦକ୍ଷେପ ନିଅନ୍ତେ ତେବେ ଆମ ଦେଶର ଭବିଷ୍ୟତ ମାନଙ୍କ ପାଇଁ ଆମ ଦେଶ ଆହୁରି ଗର୍ବିତ ହୁଅନ୍ତା | କାରଣ ଆମ ଦେଶର ଛାତ୍ରଛାତ୍ରୀ ହିଁ ଆଗାମୀ କାଲିର ଭବିଷ୍ୟତ | ସେମାନଙ୍କର ସୁନ୍ଦର ଭବିଷ୍ୟତ କଥା ଭାବିବା ପାଇଁ ଯେଉଁଭଳି ନିଜ ପରିବାରର ଅଧିକାର ଅଛି ଠିକ ସେହିଭଳି ଆମ ଦେଶର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସରକାର ମଧ୍ୟ କିଛି ନୂଆ ବାଟ ଦେଖାଇବା ଉଚିତ |

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login